ଭୁବନେଶ୍ବର(ଏସ୍ ନ୍ୟୁଜ): ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି। ଚଳିତ ବର୍ଷ ରାଜ୍ୟରେ ରେଭେନ୍ସା ଜୁନିଅର କଲେଜ କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରହିଛି।
ସୂଚନା ଅନୁଯାୟୀ , ରେଭେନ୍ସାର କଳାରେ କଟ୍ ଅଫ୍ ମାର୍କ ୭୨.୫ ପ୍ରତିଶତ ରହିଛି। ଠିକ୍ ସେହିପରି ବିଜ୍ଞାନରେ ରେଭେନ୍ସା ଜୁନିଅର କଲେଜରେ କଟ୍ ଅଫ୍ ମାର୍କ ୮୯% ଓ ବାଣିଜ୍ୟରେ ୭୫.୮୩% ରହିଛି।
ଅପରପକ୍ଷରେ ବିଜ୍ଞାନରେ ଦ୍ବିତୀୟ ସ୍ଥାନରେ ବିଜେବି ଜୁନିଅର କଲେଜ ରହିଥିବା ବେଳେ କଟ୍ ଅଫ୍ ମାର୍କ ୮୮.୬% ରହିଛି । ବିଜ୍ଞାନରେ ତୃତୀୟ ସ୍ଥାନରେ ବ୍ରହ୍ମପୁର ନୀଳକଣ୍ଠନଗରର ସରସ୍ବତୀ ବିଦ୍ୟାମନ୍ଦିର କଟ୍ ଅଫ୍ ମାର୍କ ୮୬.୬୭% ରହିଛି।

ସେହିପରି କଳାରେ ଦ୍ବିତୀୟ ସ୍ଥାନରେ ବିଜେବି ହାୟର୍ ସେକେଣ୍ଡାରି ସ୍କୁଲରେ କଟ୍ ଅଫ୍ ମାର୍କ ରହିଛି ୭୧.୮୩ %। ଅପରପକ୍ଷରେ ତୃତୀୟ ସ୍ଥାନରେ ରାଉରକେଲାର ହାୟର୍ ସେକେଣ୍ଡାରି ସ୍କୁଲରେ କଟ୍ ଅଫ୍ ମାର୍କ ରହିଛି ୬୭,୮୩% ରହିଛି।
ସେହିପରି ବାଣିଜ୍ୟରେ ରେଭେନ୍ସା ଜୁନିଅର କଲେଜ ପ୍ରଥମ ରେ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ରାଉରକେଲାର ହାୟର୍ ସେକେଣ୍ଡାରି ସ୍କୁଲରେ କଟ୍ ଅଫ୍ ମାର୍କ ୭୫.୫% ରହିଛି । ତୃତୀୟ ସ୍ଥାନରେ ଥିବା ବିଜେବି କଟ୍ ଅଫ୍ ମାର୍କ ରହିଛି ୭୪ %।