ହରସିମରତଙ୍କ ସ୍ଥାନରେ ଦାୟିତ୍ୱ ନେଲେ ନରେନ୍ଦ୍ର ସିଂହ ତୋମାର

ନୂଆଦିଲ୍ଲୀ: ହରସିମରତଙ୍କ ସ୍ଥାନରେ ନରେନ୍ଦ୍ର ସିଂହ ତୋମାରଙ୍କୁ ଦିଆଯାଇଛି ଅତିରିକ୍ତ ଦାୟିତ୍ୱ । ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀ ଭାବେ ତୋମାରଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ତେବେ ଗତକାଲି କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ହରସିମରତ । ଅନ୍ୟପଟେ ହରସିମରତ କୌର ବାଦଲଙ୍କ ଇସ୍ତଫା ଗୃହୀତ ହାଇଛି । ହରସିମରତଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଇସ୍ତଫାପତ୍ର ଗୃହୀତ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ମିଳିଛି ।

ହରସିମରତ କୃଷି ସଂପର୍କିତ ବିଲକୁ ବିରୋଧ କରି ପଦ ଛାଡିଥିଲେ । ଏନେଇ ଟ୍ୱିଟ ଜରିଆରେ ସେ ସୂଚନା ଦେଇଥିଲେ । ଲୋକସଭାରେ ଉପସ୍ଥାପିତ ହୋଇଥିବା କୃଷି ସଂପର୍କିତ ବିଲକୁ ବିରୋଧ କରି ଏହି ପଦକ୍ଷେପ ନେଇଛନ୍ତି ହରସିମରତ୍। ସେ ଶିରୋମଣୀ ଅକାଳି ଦଳ ସାଂସଦ ହୋଇଥିବା ବେଳେ ଏନଡିଏ ସରକାରରେ ମନ୍ତ୍ରୀ ଭାବେ ସାମିଲ୍ ହୋଇଥିଲେ। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ସେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ମୋଦି ସରକାରରେ ସାମିଲ୍ ହୋଇଥିଲେ।