ଜିଲ୍ଲାପାଳ ଙ୍କ ଯୁଗ୍ମ ଜନଶୁଣାଣୀ ଶିବିର; ୭୫ ଗୋଟି ପଞ୍ଜିକୃତ ଅଭିଯୋଗ ର ଶୁଣାଣି

ଅସ୍ତରଙ୍ଗ: ଅସ୍ତରଙ୍ଗ ବ୍ଲକ୍ ପରିସରରେ ପୁରୀ  ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ବ୍ଲକ୍ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମୁଦାୟ ୭୫  ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିରୁ  ବିଧବା ଓ ବାର୍ଦ୍ଧକ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ୭  ଗୋଟି ମାମଲା ର ତୁରନ୍ତ ଫଇସଲା କରାଯାଇଥିଲା ।
ବ୍ଲକର ୧୫ ଗୋଟି ପଞ୍ଚାୟତ ରୁ ବହୁ ଜନସାଧାରଣ ବିଭିନ୍ନ ସମସ୍ୟା ସମ୍ପର୍କ ରେ ଅତିରିକ୍ତ  ଜିଲ୍ଲାପାଳ ଙ୍କୁ ଅବଗତ କରାଇଥିଲେ। ଆଳଙ୍ଗପୁର ପଞ୍ଚାୟତ ରେ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅନିୟମିତତା , ଟାଟା ପାୱାର ରାସ୍ତାର କଡରେ ବିଦ୍ୟୁତ୍ ଖୁଣ୍ଟ ପକାଇବା ଓ ରାସ୍ତାରୁ ଖୁଣ୍ଟ ନ ଉଠିବା ଆଦି ସମ୍ପର୍କ ରେ ଉପ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରାଯାଇଥିଲା।
ଉପ ଜିଲ୍ଲାପାଳ ସମସ୍ତ ଅଭିଯୋଗ ଶୁଣାଣି କରି ଆଇନ ଅନୁସାରେ ଅନୁଧ୍ୟାନ କରି ଯଥାଶୀଘ୍ର ସମାଧାନ ପାଇଁ ବିଭିନ୍ନ ବିଭାଗ କୁ ପ୍ରେରଣ କରାଯାଇଥିବା ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ଓ ପ୍ରାକୃତିକ ବିପର୍ଯୟ ପରିଚାଳନା ବିଭାଗ ) ଶରତ ଚନ୍ଦ୍ର ବେହେରା, ଉପଜିଲ୍ଲାପାଳ ରାଜକିଶୋର ଜେନା,ପ୍ରକଳ୍ପ ଅଧିକାରୀ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅକ୍ଷୟ କୁମାର ଶତପଥି , ଜିଲ୍ଲା ପଞ୍ଚାୟତ ଅଧିକାରୀ ବଳରାମ ପାତ୍ର , ତହସିଲଦାର ଶ୍ରୀମତୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି , ବ୍ଲକ୍ ଅଧକ୍ଷା ଆରତୀ ନାଏକ, ମଣ୍ଡଳ ଉନ୍ନୟନ ଅଧିକାରିଣୀ ସସ୍ମିତା ବେହେରା , ନିମାପଡା ଉପଖଣ୍ଡ ଅଧିକ୍ଷକ ଜନାର୍ଦ୍ଧନ ପାଢ଼ୀ , ଅସ୍ତରଙ୍ଗ ସ୍ୱାସ୍ଥ୍ୟ ଅଧିକାରୀ , ବନବିଭାଗ , ପରିମଳ ବିଭାଗ ,ଅଗ୍ନିଶମ ବିଭାଗ , ଜଳସମ୍ପଦ ବିଭାଗ , ଗ୍ରାମ୍ୟ ଉନ୍ନୟନ ବିଭାଗ , ପରିବହନ ବିଭାଗ , ବିଦ୍ୟୁତ୍ ବିଭାଗ , କୃଷି ବିଭାଗ , ଉଦ୍ୟାନ କୃଷି ବିଭାଗ ଓ ବ୍ଲକ୍ ସମସ୍ତ ବିଭାଗ ର ଅଧିକାରୀ ଯୋଗଦେଇଥିଲେ। ଆଇନ ଶୃଙ୍ଖଳା ଦାୟିତ୍ୱରେ ଥାନା ଅଧିକାରିଣୀ ବିଦିତା ନାୟକ  ଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।
ଆଗାମୀ ଦିନରେ ଜନସାଧାରଣ ଙ୍କ ସମସ୍ତ ସମସ୍ୟାର ସମାଧାନ କର ଯେଭଳି ଭାବେ ଆଉ ଜନ ଶୁଣାଣି କୁ ଜନ ସାଧାରଣ ଆସିବେ ନାହିଁ  ବ୍ଲକ୍ ମୁଖ୍ୟ ଅଧିକାରୀଙ୍କୁ  ନିର୍ଦେଶ ଦେଇଛନ୍ତି । ବିଶେଷ କରି ଅସ୍ତରଙ୍ଗ ପ୍ରେସ କ୍ଲବ ର ସଭାପତି ଶରତ କୁମାର ପରିଡ଼ା ଜିଲ୍ଲା ପ୍ରଶାସନ କୁ ଅସ୍ତରଙ୍ଗ ମୁଖ୍ୟ ବଜାରରୁ ଜବରଦଖଲ ଉଚ୍ଛେଦ ଓ କାକଟପୁର କଟକଣା ସ୍କୁଲ ଖେଳ ପଡିଆ ଜବରଦଖଲ ଉଚ୍ଛେଦ ସମ୍ପର୍କରେ ଅବଗତ କରିଥିଲେ ଖୁବଶୀଘ୍ର କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ପ୍ରତିଶ୍ରୁତି ଦେଇଥିଲେ।