ଆରମ୍ଭ ହୋଇଛି ଶ୍ରୀଜିଉଙ୍କର ନବଯୌବନ ଦର୍ଶନ

ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କର ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର ପୁରୀ । ଘୋଷଯାତ୍ରା ପୂର୍ବରୁ ଆଜି ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କର ନବଯୌବନ ଦର୍ଶନ। ତେବେ ପରିମାଣିକ ଟିକେଟଧାରୀମାନେ ପ୍ରଥମେ ଶ୍ରୀଜୀଉଙ୍କ ଏହି ମନଲୋଭା ବେଶକୁ ଦର୍ଶନ କରିପାରିବେ ।

ସକାଳ ୮ଟା ରୁ ୯ଟା ମଧ୍ୟରେ ପରିମାଣିକ ଟିକେଟଧାରୀମାନଭ୍କୁ ଦର୍ଶନ ପାଇଁ ଅନୁମତି ମିଳିପାରିବ । ଏହାପରେ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ତେବେ ଆସନ୍ତାକାଲି ଶ୍ରୀଜୀଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ତେଣୁ ପୁରୀରେ ଗହଳି ଲାଗିବା ଆରମ୍ଭ ହୋଇଯାଇଛି ।