ସ୍ୱତନ୍ତ୍ର ଅଲମ୍ପିକ୍ସ ବିଶ୍ୱ କ୍ରୀଡ଼ା ପାଇଁ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପିଆଇବି, ଭୁବନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବର୍ଲିନ ଠାରେ ଆରମ୍ଭ ହେଉଥିବା ସ୍ୱତନ୍ତ୍ର ଅଲମ୍ପିକ୍ସ ବିଶ୍ୱ କ୍ରୀଡ଼ା ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ବର୍ଲିନ ଠାରେ ଆରମ୍ଭ ହେଉଥିବା ସ୍ୱତନ୍ତ୍ର ଅଲମ୍ପିକ୍ସ ବିଶ୍ୱ କ୍ରୀଡ଼ା ପାଇଁ ଭାରତୀୟ ଦଳକୁ ମୋର ଶୁଭେଚ୍ଛା । ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଆମେ ଗର୍ବିତ । କ୍ରୀଡ଼ା ଭାବନା, ନିଷ୍ଠା ଓ ଲଢୁଆ ମନୋଭାବ ଦ୍ୱାରା ସେମାନେ ଭଲ ପ୍ରଦର୍ଶନ କରନ୍ତୁ ।”