ଏଥର ରଥଯାତ୍ରାରେ ବର୍ଷାରେ ଭିଜିବ ପୁରୀ

ଭୁବନେଶ୍ୱର : ରାଜ୍ୟରେ ଗତକାଲି ଠାରୁ ଖରାରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ତେବେ ଆସନ୍ତାକାଲି ରଥଯାତ୍ରାରେ ସମୟରେ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ପାଣିପାଗ ବଦଳିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଏଥିରେ କୁହାଯାଇଛି ଯେ ଉପକୂଳରେ ଗରମ କମିଯିବ, କିନ୍ତୁ ପଶ୍ଚିମ ଓଡ଼ିଶାରେ ଆଉ କିଛି ଦିନ ଯାଏ ଗ୍ରୀଷ୍ମପ୍ରବାହର ସ୍ଥିତି ଜାରି ରହିବ।

ଓଡ଼ିଶାକୁ ମୌସୁମୀ ଆସିବା ପାଇଁ ପାଗ ଅନୁକୂଳ ରହିଛି । ଦୁଇ ତିନି ଦିନ ଭିତରେ ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହେଇଯିବ। ରାଜ୍ୟରେ ଧୀରେ ଧୀରେ ବର୍ଷାର ମାତ୍ରା ବଢିବ। ଏଲ ନିନୋର ପ୍ରଭାବ ଓଡ଼ିଶା ଉପରେ ପଡ଼ିନଥାଏ। ତେଣୁ ରାଜ୍ୟରେ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିବ। ଏଣେ ରଥଯାତ୍ରାରେ ପୁରୀରେ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି।