ଶରଧାବାଲିରେ ପହଞ୍ଚିଲା ତିନି ରଥ

ଶରଧାବାଲିରେ ପହଞ୍ଚିଲା ତିନି ରଥ । ଗତକାଲି ରଥଟଣାରେ ବିଳମ୍ବ ଯୋଗୁ ଶରଧାବାଲିରେ ପହଞ୍ଚି ପାରିନଥିଲା ତିନି ରଥ । ମହାପ୍ରଭୁଙ୍କ ରଥ ବଡଦାଣ୍ଡରେ ମାତ୍ର ୧୦୦ ମିଟର ଗଡି ଅଟକି ରହିଥିଲା । ଫଳରେ ଭକ୍ତଙ୍କ ମନରେ ଗଭୀର ଆଘାତ ଲାଗିଥିଲା । ତେବେ ଆଜି ସକାଳେ ରଥ ନିର୍ଦ୍ଧାରିତ ସମୟରେ ଚାଲିଗଲା । ପ୍ରଥମେ ତାଳଧ୍ୱଜ ରଥ ଗଡିବା ପରେ ଦର୍ପଦଳନ ଓ ଶେଷରେ ଆସିଥିଲେ କାଳିଆ ସାଆନ୍ତେ । ଶରଧାବାଲିରେ ପ୍ରଥମେ ବଡ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ୧୧ଟା ୧୫ରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିଲା । ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ପହଞ୍ଚିବା ପରେ ଆସିଥିଲେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ । ଶରଧାବାଲିରେ ରଥ ଲାଗିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ।
ମହାପ୍ରଭୁ ଆଜି ରଥ ଉପରେ ଦର୍ଶନ ଦେବେ । ଆଡପ ମଣ୍ଡପକୁ ଆସନ୍ତାକାଲି ବିଜେ କରିବେ । ରତ୍ନବେଦୀ ଛାଡି ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ଆସିଛନ୍ତି ମହାପ୍ରଭୁ । ଆସନ୍ତାକାଲିଠୁ ଜନ୍ମବେଦୀରେ ମହାପ୍ରଭୁଙ୍କ ଦର୍ଶନ କରିବେ ଶ୍ରାଦ୍ଧଳୁ ।