ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ: ସାଢ଼େ ୯ରେ ପହଣ୍ଡି ଆରମ୍ଭ

ପୁରୀ: ପୁରୀରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଚଳିତ ବର୍ଷ ଜୁନ୍ ୨୭ ତାରିଖ ଆଷାଢ଼ ମାସର ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଶୁକ୍ରବାର ଦିନ ଅନୁଷ୍ଠିତ ହେବ । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲ୍ଲଭ ନବଯୌବନ ଦର୍ଶନ କରି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗିଥିବା କାରଣରୁ  ସୁରକ୍ଷା କଡ଼ାକଡ଼ି କରାଯାଇଛି । ଶ୍ରୀମନ୍ଦିର ବାହାରେ ଓ ଭିତରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ସେପଟେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରଥ ନିର୍ମାଣ । ଆଜି ମହାପ୍ରଭୁଙ୍କ ଆଜ୍ଞାମାଳ ମିଳିବା ପରେ ରଥଖଳାରୁ ସିଂହଦ୍ୱାର ଅଭିମୁଖେ ଗଡ଼ିବ ତିନିରଥ। ଶୁକ୍ରବାର ଅନୁଷ୍ଠିତ ହେବ ରଥଯାତ୍ରା। ଚତୁର୍ଦ୍ଧାବିଗ୍ରହ ରଥରେ ବିଜେ ହୋଇ ନବଦିନାତ୍ମକ ଯାତ୍ରାରେ ଯିବେ ଜନ୍ମବେଦୀ । ତେବେ ରଥଯାତ୍ରାର ପହଣ୍ଡିରୁ ରଥ ଟାଣିବା ପର୍ୟ୍ୟନ୍ତ ନୀତି ନିର୍ଘଣ୍ଟ ପ୍ରକାଶ ପାଇଛି-

ନୀତି ନିର୍ଘଣ୍ଟ ଅନୁଯାୟୀ,

ସକାଳ ୬ଟାରେ ମଙ୍ଗଳା ଆଳତି,
ମଇଲମ ସକାଳ ୬.୧୦ ରେ,
ସକାଳ ୬.୩୦ ରେ ତଡପଲାଗି,
ରୋଷ ହୋମ ସକାଳ ୬.୩୦ରେ,
ସକାଳ ୭ଟାରେ ଅବକାଶ,
ସକାଳ ୭.୧୦ ରେ ସୂର୍ଯ୍ୟ ପୂଜା,
ସକାଳ ୭.୩୦ ରେ ଦ୍ୱାରପାଳ ପୂଜା,
ସକାଳ ୭.୩୦ ସୁଦ୍ଧା ବେଶ ଶେଷ,
ଗୋପାଳ ବଲ୍ଲଭ ଏବଂ ସକାଳ ଧୁପା (ଖେଚୁଡି ଭୋଗ) ସକାଳ ୮ ରୁ ୯,
ସକାଳ ୯ଟାରେ ରଥ ପ୍ରତିଷ୍ଠା,
ସକାଳ ୯.୧୫ ରେ ମଙ୍ଗଳାର୍ପଣ,
ପହଣ୍ଡି ସକାଳ ୯.୩୦ରୁ ଆରମ୍ଭ ହେବ,
ପହଣ୍ଡି ଦିନ ୧୨.୩୦ ସୁଦ୍ଧା ଶେଷ ହେବ,
ଦିନ ୧୨.୩୦ ରୁ ୧ଟା ମଧ୍ୟରେ ଶ୍ରୀ ଶ୍ରୀ ମଦନ ମୋହନ, ଶ୍ରୀ ଶ୍ରୀ ରାମ ଏବଂ ଶ୍ରୀ ଶ୍ରୀ କୃଷ୍ଣ ବିଜେ,
ଚିତା ଲାଗି ଦିନ ୧.୩୦ ରୁ ୨ଟା ପର୍ଯ୍ୟନ୍ତ,
ବେଶ ଶେଷ ଅପରାହ୍ନ ୧.୩୦ ରୁ ୨.୩୦,
ଗଜପତି ରାଜାଙ୍କ ଦ୍ବାରା ଛେରା ପହଁରା  ୨.୩୦ ରୁ ୩.୩୦,
ଚାରମାଳ ଫିଟା, ଘୋଡା ଏବଂ ସାରଥୀ ଲାଗିବେ ଅପରାହ୍ନ ୪ ଟା
ରଥଟଣା  ଅପରାହ୍ନ ୪ଟାରେ ଆରମ୍ଭ।