କଟକ : ରାଧାନାଥ ଶିକ୍ଷା ପ୍ରତିଷ୍ଠାନର ୧୫୦ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ୧୫୦ତମ ବାର୍ଷିକ ଉତ୍ସବ ରାଧାନାଥ ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଥିଲା । ପୁରାତନ ଛାତ୍ର ସଂସଦ ତରଫରୁ ଆୟୋଜିତ ୧୫୦ତମ ବାର୍ଷିକ ଉତ୍ସବକୁ ସିଏମସି ମେୟର ସୁବାସ ସିଂହ ଯୋଗ ଦେଇ ଶିକ୍ଷା ପ୍ରତିଷ୍ଠାନର ଐତିହ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ଅନୁଷ୍ଠାନର ଅଧ୍ୟକ୍ଷା ନମିତା ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଲେଖକ, ପଦ୍ମଶ୍ରୀ ରଜତ କୁମାର କର, ସମ୍ମାନିତ ଅତିଥି ଭାବେ ପୁରୀ ଜିଲ୍ଲା ଶିକ୍ଷାଧିକାରୀ ଡ. ବିଶ୍ୱଜିତ ଘୋଷ, ରାଧାନାଥ ଉଚ୍ଚତର ଶିକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନର ଅଧ୍ୟକ୍ଷା ପ୍ରଫେସର ଡ. ନିବେଦିତା ଗୁରୁ ଏବଂ ଅନୁଷ୍ଠାନର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ସହ-ନିର୍ଦ୍ଦେଶକ, ଏସସିଇଆରଟି ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥିମାନଙ୍କ ଦ୍ୱାରା ଏକ ସ୍ମରଣିକା ‘ସ୍ମୃତି ଚୟନିକା’ ଉନ୍ମୋଚିତ ହୋଇଥିଲା ।
ଏହି ଅବସରରେ ଓଡିଶାର ବିଶିଷ୍ଟ ଶିକ୍ଷାବିତ, ଶିକ୍ଷା ବଗେଷକ ତଥା ରାଧାନାଥ ଉଚ୍ଚତର ଶିକ୍ଷା ଅନୁଷ୍ଠାନର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡ. ଭି.ବି. ଶାସ୍ତ୍ରୀ ଏବଂ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ପୁରାତନ ଛାତ୍ରସଂସଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ବିଜୟ କୁମାର ନାଥ ଅତିଥ୍ଖ ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପୁରାତନ ଛାତ୍ର ସଂସଦର ସମ୍ପାଦକ ମାନସ ରଞ୍ଜନ ପରିଡା ବିବରଣୀ ପାଠ କରିଥିଲେ । ସେିହପରି ଏହି କାର୍ଯ୍ୟକ୍ରମକୁ ବିଜୟ ବେହେରା, ମହାଶିଷ ପ୍ରସାଦ, ଜ୍ୟୋତିଷ ବେହେରା, ଅଜିତ ନାଥ ପରିଚାଳନା କରିଥିବାବେଳେ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପୁରାତନ ଛାତ୍ର ସଂସଦର କୋଷାଧ୍ୟକ୍ଷ ଦେବେନ୍ଦ୍ର ମୋହନ ଗମାଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ ।