ପୋଷ୍ଟାଲ ଡିଭିଜନ ତରଫରୁ ରାଖୀ ପ୍ରଟେକଟିଭ କଭର ର ଜନସଚେତନତା କାର୍ଯ୍ୟକ୍ରମ 

ରାଇରଙ୍ଗପୁର, (ସାକ୍‌ସୀ ନ୍ୟୁଜ୍‌): ଆଜି ରାଇରଙ୍ଗପୁର ପୋଷ୍ଟାଲ ଡିଭିଜନ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ ରାଖୀ ପ୍ରଟେକଟିଭ କଭର ର ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ଡାକ ଅଧିକ୍ଷକ ଗୌରାଙ୍ଗ ଚରଣ ବେହେରା, ଉପଅଧିକ୍ଷକ ଟିକନ କୁମାର ଦେବତା, ପୋଷ୍ଟମାଷ୍ଟର ରାମେଶ୍ବର ହେମ୍ବ୍ରମ, ଆଇପିବିପି ମ୍ୟାନେଜର ଜଗଜିତ ମହାନ୍ତ ଏବଂ ସମସ୍ତ ଡାକ କର୍ମଚାରୀଗଣ ଏଥିରେ ଉପସ୍ଥିତ ଥିଲେ ।

ରାଇରଙ୍ଗପୁର ର ସମସ୍ତ ସାମାଜିକକର୍ମୀ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରାୟ ବାର ଶହ ପଚାଶ ରାକ୍ଷୀ ଆଜି ସଂଗ୍ରହ କରାଯାଇ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ମୋଦିଙ୍କ ପାଖକୁ ପଠାଯିବାର ବ୍ୟବସ୍ଥା କରାଗଲା ।

ରାକ୍ଷୀ କଭରଟି ମାତ୍ର ସତଚାଳିଶି ଟଙ୍କା ବ୍ୟୟରେ ସ୍ପ୍ରିଡ ପୋଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନିକଟକୁ ପ୍ରେରଣ କରାଗଲା । ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ ।