ରାୟଗଡ ପଂଚାୟତ ସମିତି ବୈଠକ, ବିଧାୟକଙ୍କ ସହ ବହୁ ଅଧିକାରୀ ସାମିଲ

ଗଜପତି ଜିଲ୍ଲା ରାୟଗଡ ବ୍ଲକର….

ରାୟଗଡ(ଗଜପତି): ଗଜପତି ଜିଲ୍ଲା ରାୟଗଡ ବ୍ଲକର ସଦ୍‌ଭାବନା ସଭାକକ୍ଷରେ ପଂଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବ୍ଲକ୍ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ୍ ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି, ବିଡିଓ ସନ୍ତୋଷ କୁମାର ବାରିକ, ଏବିଡିଓ ପିତାମ୍ବର ବେହେରା, ଜିଲ୍ଲା ପରିଷଦ ସଭ୍ୟ ପିତାମ୍ବର ନାୟକ, ସଭ୍ୟା ଗୌତମୀ ଜାନି, ସାଂସଦ ପ୍ରତିନିଧି ପ୍ରଦୀପ ବିଶୋଇ, ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ ପ୍ରମୁଖ ଯୋଗଦାନ କରିଥିଲେ ।

ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, ଉନ୍ନୟନ, ପଶୁ ସମ୍ପଦ, କୃଷି, ଖାଦ୍ୟ ଯୋଗାଣ, ଉଦ୍ୟାନ, ସାମାଜିକ ଓ ସୁରକ୍ଷା, ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି, ସମନ୍ୱିତ ଆଦିବାସୀ ଉନ୍ନୟନ ଓ କଲ୍ୟାଣ, ପାନୀୟ ଜଳ ଓ ପରିମଳ, ବନ ବିଭାଗ ଆଦି ବିଭାଗ ଉପରେ ଆଲୋଚନା ହୋଇଥିଲା । ପଂଚାୟତ ପ୍ରତିନିଧିମାନେ ବିଭିନ୍ନ ପ୍ରଶ୍ନ ପଚାରି ବୈଠକକୁ ସରଗରମ କରିଥିଲେ । ବୈଠକରେ ବ୍ଲକର ସମସ୍ତ ଅଧିକାରୀ ଓ ପିଇଓ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଜିପିଡିଓ ଭଗବାନ ନାୟକ ପରିଚାଳନା କରିଥିଲେ ।