ପର୍ବପର୍ବାଣୀ ପାଳନ ଉପରେ କଟକଣା ଲାଗୁ

ଭୁବନେଶ୍ୱର (ଏସ୍ ନ୍ୟୁଜ): ରାଜ୍ୟରେ ପୁଣି ଥରେ କରୋନା ମହାମାରୀ କାୟା ମେଲାଇବାକୁ ଆରମ୍ଭ କଲାଣି । ଦୈନିକ ସଂକ୍ରମଣ ଏବେ ଉପରମୁହାଁ ଥିବାରୁ ସରକାରଙ୍କ ଚିନ୍ତା ବଢ଼ି ଯାଇଛି। ତେଣୁ ଆଗକୁ ବିଭିନ୍ନ ପର୍ବପର୍ବାଣୀ ଆସୁଥିବାରୁ ଅଧିକ ଗହଳି ଏଡ଼ାଇବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) କଟକଣା ଜାରି କରିଛନ୍ତି ।

ଗୁଡ୍ ଫ୍ରାଇଡେ, ପଣା ସଂକ୍ରାନ୍ତି, ଝାମୁ ଯାତ୍ରା ଓ ଦଣ୍ଡ ଯାତ୍ରା ଆଦି ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି ।ସର୍ବସାଧାରଣ ସ୍ଥାନରେ ଏସବୁ ପର୍ବ ପାଳନ ସମେତ ଲୋକ ଗହଳିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ସ୍ୱଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ମନ୍ଦିର ଓ ଚର୍ଚ୍ଚରେ କେବଳ ନୀତି ପାଳନ କରାଯାଇପାରିବ। ସ୍ଥାନୀୟ ସ୍ଥିତିକୁ ଦେଖି ଜିଲ୍ଲାପାଳ ଓ କମିଶନର ଆବଶ୍ୟକ କଟକଣା ଲଗାଇବେ। କେତେ ଶ୍ରଦ୍ଧାଳୁ ମନ୍ଦିର ବା ଚର୍ଚ୍ଚ ଯାଇପାରିବେ ତାହା ନିର୍ଦ୍ଧାରଣ ଜିଲ୍ଲାପାଳ କରିବେ ।