ରେଭେନ୍ସା ବିଶ୍ୱବିଦ୍ୟାଳୟ ଉଠିଲା କଟକଣା

କଟକ(ଏସ୍ ନ୍ୟୁଜ): ଗତକାଲିଠାରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ କ୍ଲାସ ଓ ପରୀକ୍ଷା ଉପରେ ଲାଗିଥିବା କଟକଣାକୁ ଆଜି ଉଠାଇ ନିଆଯାଇଛି।  ଆସନ୍ତାକାଲିଠାରୁ ଧାର୍ଯ୍ୟ ମୁତାବକ ପୁଣି ଥରେ ପରୀକ୍ଷା ଏବଂ କ୍ଲାସ ହେବ ବୋଲି ରେଭେନ୍ସା ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ସୁଦର୍ଶନ ମିଶ୍ର ଏହି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ୨ ଅଧ୍ୟାପକ ଓ ଜଣେ ଛାତ୍ରୀ ପଜିଟିଭ ଚିହ୍ନଟ ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପରୀକ୍ଷା ବାତିଲ କରାଯାଇଥିଲା। ସମସ୍ତ ହଷ୍ଟେଲଗୁଡିକୁ ସାନିଟାଇଜ କରାଯାଇଛି । ଏହାଛଡା ହଷ୍ଟେଲର ସମସ୍ତ ଅନ୍ତେବାସୀଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି । ତେବେ ମହାନଦୀ ହଷ୍ଟେଲର ଜଣେ କରୋନା ସଂକ୍ରମିତ ଛାତ୍ରୀଙ୍କୁ ତାଙ୍କ ପରିବାର ଲୋକ ଘରକୁ ନେଇଯାଇଛନ୍ତି। ଆସନ୍ତାକାଲିଠାରୁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପରୀକ୍ଷା ଏବଂ କ୍ଲାସ ପୁଣି ଥରେ ସ୍ୱାଭାବିକ ଭାବେ ଆରମ୍ଭ କରାଯିବ ।  ଉଭୟ ଅଫଲାଇନ ଏବଂ ଅନଲାଇନ କ୍ଲାସ ଚାଲିବ କହିଲେ ପରୀକ୍ଷା ନିୟନ୍ତ୍ରକ ।