ବାଲେଶ୍ୱର, (ଏସ୍ ନ୍ୟୁଜ): ଜଳେଶ୍ୱର-ପଶ୍ଚିମବାର୍ଡ ରାସ୍ତାର ଚକର୍ଜ୍ଜୁନୀ ଗାଁ ନିକଟ ନୟନଯୋଡି ପାଣିରେ ଏକ ମହିଳାଙ୍କ ଶବ ଭାସୁଥିବାର ସ୍ଥାନୀୟ ଲୋକମାନେ ଦେଖିଥିଲେ । ପ୍ରଥମେ ମହିଳାର ଗୋଡ ଉପରକୁ ଭାସୁଥିବାରୁ ଥାନାକୁ ଖବର ଦେଇଥିଲେ । ଜଳେଶ୍ୱର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିସମ ବାହିନୀ ସାହାଯ୍ୟରେ ମହିଳାର ଶବ ପାଣିରୁ ଉଠାଇ ଉପରକୁ ଆଣିଥିଲେ ଏବଂ ପୋଷ୍ଟମୋର୍ଟମ ପାଇଁ ଜିକେଭଟ୍ଟର ହସ୍ପିଟାଲକୁ ପଠାଇଥିଲେ । ମୃତ ମହିଳା ଜଣକ ହେଉଛନ୍ତି ଆରୁହା ପଂଚାୟତର ଶାଳିକୋଠା ଗ୍ରାମର ଦିଗଯୋଡି ସାହିର ପୂର୍ଣ୍ଣ ସିଂଙ୍କ ସ୍ତ୍ରୀ ବାସନ୍ତୀ ସିଂ(୩୨) । ସେ ଗୁରୁବାରଠାରୁ ନିଖୋଜ ଥିବା ତାର ସ୍ୱାମୀ ପ୍ରକାଶ କରିଛି ।