ବାଲେଶ୍ୱର, (ଏସ୍ ନ୍ୟୁଜ): ଜଳେଶ୍ୱର ବ୍ଲକ ଅଧିନ ପଶ୍ଚିମବାର୍ଡ ପଂଚାୟତର ଦେବକୁମାର ଗାଁରେ ଆଜି ସ୍ଥାନୀୟ ଗଜଲକ୍ଷ୍ମୀ କ୍ଲବ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ କଂଗ୍ରେସ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ଯୋଗ ଦେଇ ବିଶ୍ୱର ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ରୋକିବାକୁ ଗଛ ଲଗାଇବା ଆବଶ୍ୟକ ବୋଲି କହିଥିଲେ । କ୍ଲବର ସଦସ୍ୟମାନେ ନିଜସ୍ୱ ଅର୍ଥରେ ଓ ଗ୍ରାମବାସୀଙ୍କ ସହାୟତାରେ ୭୦୦ ଚାରା କିଣି ରାସ୍ତା ପାଶ୍ୱର୍ ଓ ଅଂଗନୱାଡି କେନ୍ଦ୍ର ମଧ୍ୟରେ ରୋପଣ କରିଛନ୍ତି । ଏହି କାର୍ଯ୍ୟକୁ ମଦନ ପାତ୍ର, ପଦ୍ମଲୋଚନ ବେହେରା, ରାମଚନ୍ଦ୍ର ବେହେରା, ନବୀନ ପରିଡା, ସରୋଜ ଦାସ, ଅଜୟ ଦଳେଇ, ପୂର୍ଣ୍ଣଚନ୍ଦ୍ର ବେହେରା, ଅରୁଣ ଦଳେଇ, ପଂଚାନନ ମାଝି ଙ୍କ ସହିତ କ୍ଲବର ରାଜେନ୍ଦ୍ର ମାଝୀ, ନିଳକଣ୍ଠ ମିର୍ଦ୍ଧା, ଚନ୍ଦନ ମିର୍ଦ୍ଧା, ଧନଞ୍ଜୟ ବେହେରା, ସତ୍ୟଜିତ୍ ଦଳେଇ ପ୍ରମୁଖ ପରିଚାଳନା କରିଥିଲେ ।
Prev Post
Next Post