ଭୁବନେଶ୍ୱେର (ଏସ୍ ନ୍ଯୁଜ): ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ଏହାରି ମଧ୍ୟରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ଖୋଦ୍ ବିଧାୟକ ଉମାକାନ୍ତ ସାମନ୍ତରାୟ ଟ୍ୱିଟ କରି ସୂଚନା ଦେଇଛନ୍ତିି ।
ଏହା ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ତେବେ ଗତକାଲି ବିଧାନସଭା ପରିସରରେ କରୋନା ଟେଷ୍ଟ କରାଇଥିଲେ ବିଧାୟକ ଉମାକାନ୍ତ ସାମନ୍ତରାୟ ।