ଆଜିର ମ୍ୟାଚ୍ ବାଙ୍ଗାଲୋର Vs ମୁମ୍ବାଇ

ଦୁବାଇ: ଚଳିତ ଆଇପିଏଲର ଦଶମ ମ୍ୟାଚ୍ ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ମଧ୍ୟରେ ଖେଳାଯିବ। ପରସ୍ପର ମୁହାଁମୁହିଁ ହେବେ କିଙ୍ଗ କୋହଲି ଓ ହିଟମ୍ୟାନ୍ ରୋହିତ।

ଉଭୟ ଟିମ୍ ଏ ପର୍ଯ୍ୟନ୍ତ ଦୁଇଟି ଲେଖାଏଁ ମୁକାବିଲା ଖେଳି ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି। ତେବେ ମୁମ୍ବାଇ ଶେଷ ମ୍ୟାଚ୍ କୋଲକାତା ବିପକ୍ଷରେ ଜିତିଥିବା ବେଳେ ବାଙ୍ଗାଲୋର ପଞ୍ଜାବଠୁ ହାରିଥିଲା। ବିଶେଷ କରି ରାହୁଲଙ୍କ ଦୁଇ ଦୁଇଟି କ୍ୟାଚ ଛାଡ଼ି ପ୍ରବଳ ସମାଲୋଚନାର ଶିକାର ହୋଇଥିଲେ ଆରସିବି ଅଧିନାୟକ କୋହଲି। ତେଣୁ ଆଜିର ମ୍ୟାଚରେ ବିରାଟଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ।

ଅନ୍ୟପଟେ ଉଭୟ ବ୍ୟାଟିଂ ଓ ବୋଲିଂରେ ସୁଦୃଢ଼ ମୁମ୍ବାଇ ଆରସିବିକୁ ହରାଇବା ମୁଡ଼ରେ ରହିଛି। ମୁମ୍ବାଇ ତୁଳନାରେ ଆରସିବିର ବୋଲିଂ ଆଟାକ ବେଶ ଦୁର୍ବଳ ରହିଛି। ତେବେ ୟୁଜବେନ୍ଦ୍ର ଚହଲ ଏବଂ ନବଦୀପ ସୈନିଙ୍କ ଯୋଡ଼ି ମୁମ୍ବାଇ ବ୍ୟାଟ୍ସମ୍ୟାନଙ୍କୁ ଅଡ଼ୁଆରେ ପକାଇବାକୁ ସକ୍ଷମ।