ଭୁବନେଶ୍ୱର: ବୁଧବାରରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ । ପୂର୍ବରୁ ଏ ନେଇ ନିଷ୍ପତ୍ତି ନେଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଜି ପୁଣି ଥରେ ଏହାକୁ ଦୋହରାଇଛି । ହେଲେ ଏବେବି ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ୭ ଜିଲ୍ଲାରେ ସ୍କୁଲ୍ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କୁ ଦିଆଯାଇଛି। ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର ଓ ଅନୁଗୁଳ ଜିଲ୍ଲାପାଳମାନେ ନିଜ ଅଞ୍ଚଳର ପାଣିପାଗ ଅବସ୍ଥାକୁ ଦେଖି ସକାଳୁଆ ସ୍କୁଲ୍ କରିବେ କିମ୍ବା ଛୁଟି ଘୋଷଣା କରିପାରିବେ ।
ଉଲ୍ଲେଖଯୋଗ୍ୟ, ପ୍ରାୟ ୨ ମାସ ଧରି ସ୍କୁଲ୍ ବନ୍ଦ ଥିବା ବେଳେ ୧୯ ତାରିଖରେ ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା। ଗ୍ରୀଷ୍ମପ୍ରବାହ ଓ ରଥଯାତ୍ରା ୨୦ ତାରିଖରେ ପଡ଼ୁଥିବାରୁ ଗ୍ରୀଷ୍ମ ଛୁଟି ଅବଧି ଆଉ ୨ ଦିନ ବଢ଼ିଥିଲା । ବିଭାଗ ପକ୍ଷରୁ ୨୧ରେ ସ୍କୁଲ୍ ଖୋଲିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।