କଳାହାଣ୍ଡି : ଭବାନୀପାଟଣାରେ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଲାଗୁ କରାଯାଇଛି । ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଇଡ୍ ଲାଇନ୍ ଜାରି କରାଯାଇଛି । ସହରରେ କୋଭିଡ୍ ପାଇଁ ଜନସମାଗମକୁ ରୋକିବାକୁ ୨୩ ତାରିଖଠାରୁ ୨୫ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି ।

ଗୋଟିଏ ସ୍ଥାନରେ ୪ ଜଣରୁ ଉର୍ଦ୍ଧ୍ବ ଲୋକ ରହିପାରିବେ ନାହିଁ । ଏ ନେଇ କଳାହାଣ୍ଡି ଜିଲ୍ଲାପାଳ ପରାଗ ହର୍ଷଦ ସୂଚନା ଦେଇଛନ୍ତି । ବିନା ଜନସମାଗମରେ ପାରମ୍ପରିକ ରୀତିନିତୀରେ ଛତର ଯାତ୍ରା ଅନୁଷ୍ଠିତ କରିବାକୁ ନିଷ୍ପତ୍ତି ନିଆଯାଇଛି ।