ରାଜ୍ୟରେ ନିୟନ୍ତ୍ରଣ ବାହାରେ ପିଆଜ ଦର ,ଖାଉଟି ହନ୍ତସନ୍ତ

ଭୁବନେଶ୍ଵର (ଏସ୍ ନ୍ଯୁଜ): କରୋନା ସଙ୍କଟ ସମୟରେ ଦରଦାମ ବୃଦ୍ଧି ଏବେ ଖାଉଟିଙ୍କ ନିଦ ହଜେଇ ଦେଉଥିବା ବେଳେ ପିଆଜର ମୂଲ୍ୟ ବତ୍ତର୍ମାନ ବଜାର ନିୟନ୍ତ୍ରଣ ବାହାରେ ରହିଛି । ଆମଦାନୀ କମ ହେବାରୁ ଖାଉଟି ଚଢା ଦରରେ ପିଆଜ କିଣି କାନ୍ଦୁଛି।

କାରଣ ଗତକାଲି ଖୁଚୁରା ବଜାରରେ ପିଆଜ ଦର ୭୦ ହୋଇଥିବା ବେଳେ ସନ୍ଧ୍ୟା ବେଳକୁ ଏହା ୮୦ ଟଙ୍କାରେ ବିକ୍ରି ହୋଇଥିଲା । ଯାହାକି ସାଧାରଣ ଲୋଙ୍କପାଇ ମୁଣ୍ଡ ବ୍ୟଥାର କାରଣ ହୋଇଛି । ସେପଟେ ଆଗକୁ ଆହୁରି ଦର ବଢିବ ବୋଲି ବେପାରୀମାନଙ୍କ କହିଛନ୍ତି ।

ମହାରାଷ୍ଟ୍ର ଉପରେ ପିଆଜ ପାଇଁ ନିର୍ଭର କରୁଥିବାରୁ ଆମଦାନୀ ହ୍ରାସ ପାଇନଥିଲେ ମଧ୍ୟ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ନୂଆ ପିଆଜ ଅମଳ ବିଳମ୍ବିତ ହେଉଥିବାରୁ ଏଭଳି ପରି ସ୍ଥିତି ସୃଷ୍ଟି ହୋଇଛି ।

ଏନେଇ ବ୍ୟବସାୟୀ ସଂଘର ସମ୍ପାଦକ ତଥା ଆଇନଜୀବୀ ଶକ୍ତିଶଙ୍କର ମିଶ୍ରଙ୍କ କହିଛନ୍ତି ଯେ , ଏବେ ଅମଳ ରୂତୁ ହୋଇଥିଲେ ହେଁ ଲଗାଣ ବର୍ଷା କାର ଣରୁ ଚାଷୀମାନେ ଅମଳ କରିପାରୁ ନାହାନ୍ତି । ପିଆଜ ସଂରକ୍ଷଣ ହୋଇ ନପାରି ନଷ୍ଟ ହୋଇଛି ବୋଲି ପିଆଜ ଦର ବୃଦ୍ଧି ହୋଇଛି । ଆଉ ପ୍ରତିବର୍ଷ ଭଳି ଚଳିତବର୍ଷ ପାର୍ବଣ ଋତୁରେ ଚାହିଦା ତୁଳନାରେ ଯୋଗାଣ କମୁଥିବାରୁ ଦର ବଢୁଛି । ଏହାକୁ ନେଇ ଆଉ କିଛିଦିନ ପରେ ଗରିବ ସାଧାରଣ ଖାଉଟିଙ୍କ ପଖାଳ କଂସାରୁ ପିଆଜ ଖଣ୍ଡେ ସ୍ୱପ୍ନ ହୋଇଯିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।