ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଆତ୍ମରକ୍ଷା କର୍ମଶାଳା

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ……

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଚଳିତ ମାସ ୬ ରୁ ୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । କ୍ରୀଡା ଓ ଯୁବସେବା ବିଭାଗ ସହଯୋଗିତାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଭୁବନେଶ୍ୱର କିସ୍ କ୍ୟାମ୍ପସରେ ଜୁଡୋ ଆଧାରିତ ଆତ୍ମରକ୍ଷା କର୍ମଶାଳା ଆୟୋଜିତ ହୋଇଥିଲା ।

ଏହି କର୍ମଶାଳାରେ କିସ୍ର ପ୍ରାୟ ୫୦୦ ଛାତ୍ରୀ ଯୋଗ ଦେଇ ଆତ୍ମରକ୍ଷା କୌଶଳ ଶିଖିଥିଲେ । ଏହି ଅବସରରେ ଭୁବନେଶ୍ୱର ଉପଜିଲ୍ଲାପାଳ ଡଃ ମନୋରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ମାନଙ୍କ ଉତମ ସମାଜ ଗଠନରେ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ ।