ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ମହାମାରୀ କରୋନାର ପ୍ରଥମ ଓ ଦ୍ଵିତୀୟ ଲହରୀ ବେଳେ ସ୍ୱାସ୍ଥ୍ୟ ବିଭାଗରେ ଦାୟିତ୍ୱରେ ଥିବା ଶ୍ରୀ ମହାପାତ୍ର ନିଜ ପରିବାରକୁ ପଛରେ ପକାଇ ନିଷ୍ଠାର ସହ କାର୍ଯ୍ୟ କରିଥିଲେ । ହଠାତ ଏବେ କେଉଁ କାରଣରୁ ସେ ଛୁଟିରେ ଗଲେ? ତାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ସହ ଲୋକସେବା ଭବନରେ ଚର୍ଚ୍ଚା ହେବାରେ ଲାଗିଛି ।
ଶ୍ରୀ ମହାପାତ୍ର ଏବେ ସ୍ୱାସ୍ଥ୍ୟ ବିଭାଗର ସଚିବ ଦାୟିତ୍ୱରେ ଥିଲେ ହେଁ ପୂର୍ବରୁ ବି ସମାନ ଦାୟିତ୍ୱରେ ଥିଲେ। ସେ ମଧ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଅନୁସୂଚିତ ଜାତି, ଜନଜାତି ଉନ୍ନୟନ ବିଭାଗରେ ସଚିବ ଦାୟିତ୍ୱରେ ଅନେକ ସଂସ୍କାର ମୂଳକ ପଦକ୍ଷେପ ନେଇ ଚର୍ଚ୍ଚିତ ହୋଇଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବି ଥିଲେ । ତାଙ୍କୁ ଓଡିଶା ପ୍ରଶାସନର “କ୍ରାଇସିସ ମ୍ୟାନେଜର’କୁହାଯାଏ । ସେ ସବୁ ସମସ୍ୟାକୁ ସହଜରେ ସମାଧାନ କରନ୍ତି । ଏବେ ଛୁଟି ରହିବାଟାକୁ କିଛି ପ୍ରଶାସକ ଓ ଅନ୍ୟ କର୍ମଚାରୀ ସହଜରେ ନେଉ ନାହାନ୍ତି ।
ସୂଚନା ଥାଉକି, ଅସ୍ଥାୟୀ ଅବଧି ପାଇଁ ଓଡିଶା କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର ବିଭାଗର ଦାୟିତ୍ୱରେ ରହିବେ। ୧୯୮୭-ବ୍ୟାଚ୍ ଆଇଏଏସ୍ ଅଧିକାରୀଙ୍କୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ସଚିବ (ଏସିଏସ୍) ପ୍ରଦୀପ କୁମାର ମହାପାତ୍ରଙ୍କୁ ୨୮ ଦିନ ଅବଧି ପାଇଁ ଛୁଟି (EL) ପ୍ରଦାନ କରାଯାଇଥିବାରୁ ବ୍ୟକ୍ତିଗତ କାରଣରୁ ସେପ୍ଟେମ୍ବର ୧୪ ରୁ ଅକ୍ଟୋବର ୧୧ ପର୍ଯ୍ୟନ୍ତ ଅନୁମତି ଦିଆଯାଇଥିଲା। , ସାଧାରଣ ପ୍ରଶାସନ ଏବଂ ପିଜି ବିଭାଗ ଦ୍ୱାରା ଏକ ଅଫିସ୍ ଅର୍ଡର ଦର୍ଶାଯାଇଛି।