ବନ୍ୟାଜଳ ନିଷ୍କାସନ ପାଇଁ ଖୋଲିଲା ଆଉ ୬ଟି ଗେଟ

ସମ୍ବଲପୁର: ଉପରମୁଣ୍ଡରେ ବର୍ଷା ଲାଗି ରହିବା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳ ସ୍ତର ବଢୁଛି । ହୀରାକୁଦର ଜଳଭଣ୍ଡାର ସର୍ବୋଚ୍ଚ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ ଜଳସ୍ତର ରହିଛି ୬୨୭ ଦଶମିକ ୮୩ ଫୁଟ । ଜଳ ଭଣ୍ଡାରରୁ ୬ଟି ଗେଟ ଦେଇ ୧ଲକ୍ଷ, ୨୭ ହଜାର, ୧୯୪ କ୍ୟୁସେକ ଜଳ ନିଷ୍କାସନ ହେଉଛି । ତେବେ ଜଳ ଭଣ୍ଡାରର ଜଳ ସ୍ତର ବୃଦ୍ଧି ପାଉଥିବାରୁ ଆଉ ୬ଟି ଗେଟ୍ ଖୋଲିଲା । ବର୍ତ୍ତମାନ ୧୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ଗତକାଲି ସନ୍ଧ୍ୟା ୫ଟାରେ ହୀରାକୁଦର ୬ଟି ଗେଟ୍ ଖୋଲାଯାଇଥିଲା । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିଲେ । ଦିନ ୩ଟା ସମୟରେ ସାଇରନ ବାଜିବା ପରେ ପର୍ଯ୍ୟାୟକ୍ରମେ ୬ଟି ଗେଟ୍ ଖୋଲାଯାଇଥିଲା ।