ଶ୍ରୀଜଗନ୍ନାଥଙ୍କ ଭଜନ ଗାଇଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

ହ୍ୟୁମାନ ସାଗର ଶ୍ରୀଜଗନ୍ନାଥ ଭଜନ ଗାଇ ଦର୍ଶକ ଗହଣରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ….

କଟକ: ଶେଷରେ ଶ୍ରୀଜଗନ୍ନାଥଙ୍କ ଭଜନ ଗାଇଲେ ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁରଠାରେ ଶ୍ରୀବଳଦେବଜୀଉଙ୍କ ଚନ୍ଦନ ଯାତ୍ରା ସମୟରେ ଅନୁଷ୍ଠିତ ହେଉଥିବା ମାହାଙ୍ଗା ମହୋତ୍ସବରେ ଆଧୁନିକ ଆଲବମ୍‌ ଏବଂ ଓଡ଼ିଆ ଲଘୁ ସଙ୍ଗୀତ ଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଶ୍ରୀଜଗନ୍ନାଥ ଭଜନ ଗାଇ ଦର୍ଶକ ଗହଣରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ । ଶ୍ରୀଜଗନ୍ନାଥ ଭଜନ ହ୍ୟୁମାନ ସାଗର ଗାଇବା ପାଇଁ ଅନେକ ଶ୍ରୋତା ଓ ଓଡ଼ିଶାବାସୀ ଦୀର୍ଘ ଦିନ ଧରି ଦାବି କରୁଥିବା ବେଳେ ହ୍ୟୁମାନ ସାଗର କିନ୍ତୁ ଜଗନ୍ନାଥ ଭଜନ ଗାଉ ନଥିଲେ । ଏନେଇ ହ୍ୟୁମାନ ସାଗର କହିଛନ୍ତି ଯେ, ଜଗାର ଡୋରି ଲାଗି ନଥିଲା, ଆଉ ଯେତେବେଳେ ଡୋରି ଲାଗିଲା ସେ ପ୍ରଭୁଙ୍କ ଭଜନ ଗାଇଲେ ।