ସଂଗରୋଧରେ ‘ଫାଭିପିରାଭିର’ ବ୍ୟବହାର ଲାଗି SOP ଜାରି

ଭୁବନେଶ୍ୱର(ଏସ୍ ନ୍ଯୁଜ): ସଂଗରୋଧ ଗୃହରେ ‘ଫାଭିପିରାଭିର’ ବ୍ୟବହାର ନେଇ ଜାରି ହେଲା SOP । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ଏସଓପି ଜାରି କରାଯାଇଛି ।

ତେବେ, ସଂଗରୋଧରେ ରହୁଥିବା ବ୍ୟକ୍ତି ମନଇଛା ‘ଫାଭିପିରାଭିର’ ନେଇପାରିବେନି । ଡାକ୍ତରଙ୍କ ପରାମର୍ଶ ନେଇ କରୋନା ଟାବଲେଟ୍ ‘ଫାଭିପିରାଭିର’ କୋଭିଡ୍ ସଂକ୍ରମିତ ଖାଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ରାପିଡ୍ ରେସପନ୍ସ ଟିମ୍ ସଂଗରୋଧରେ ରହୁଥିବା ଲୋକଙ୍କୁ ଔଷଧ ସେବନ ନେଇ ଜଣାଇବ। ବ୍ୟକ୍ତିଙ୍କ ସହମତିରେ ଏହି ଔଷଧକୁ ନେଇ ୫ ଦିନିଆ କୋର୍ସର ବ୍ୟବସ୍ଥା କରାଯାଇପାରିବ ।