ଦୁଃଖ ଦେଇଗଲା ନିଷ୍ଠୁର ବନ୍ୟା’

ସାବଧାନ! ଟ୍ରେଲର୍‌ ଗଲା, ଫିଲିମ୍‌ ଆସୁଛି…..

ଭୁବନେଶ୍ୱର: ବଙ୍ଗୋପ ସାଗରରେ ପୁଣି ଲଘୁଚାପ ବଳୟ ସୃଷ୍ଟି ହୋଇଛି । ବିଶେଷ କରି ଉତର-ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳ ସମେତ ବାଂଲାଦେଶ ଓ ମ୍ୟାଁମାର ଉପକୂଳରେ ଲଘୁଚାପ ବଳୟ ସକ୍ରିୟ ହୋଇଛି । ତା’ର ପ୍ରଭାବରେ ବୁଧବାର (୧୮/୮) ରାତିରୁ ବର୍ଷା ଆରମ୍ଭ ହୋଇଯିବ । ଗୁରୁବାର (୧୯/୮) ଉପକୂଳ ଓଡ଼ିଶା ଓ ଶୁକ୍ରବାର (୨୦/୮) ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, ପୁରୀ ଓ ଯାଜପୁରରେ ପ୍ରବଳ ବର୍ଷା ହେବ । ଯାଜପୁର, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଜିଲ୍ଲାର କେତେକ ଅଂଚଳରେ ଘଡ଼ଘଡ଼ି ସହ ବର୍ଷା ହେବ ।

ତେଣୁ ବନ୍ୟା ଚାଲିଯିବ ବୋଲି ଯାହା ଆଶା କରାଯାଉଥିଲା । ଏବେ ଲଘୁଚାପ ବର୍ଷା ତାହାକୁ ଆହୁରି ଘାଂଟିବାର ଆଶଙ୍କା କରାଯାଉଛି । ବିଶେଷ କରି ଲଘୁଚାପ ବର୍ଷା ଛତିଶଗଡ଼ ଆଡ଼କୁ ମୁହାଁଇବା ସମ୍ପର୍କରେ ପାଣିପାଗ ପୂର୍ବାନୁମାନ କରିଥିବାରୁ ମହାନଦୀରେ ଦ୍ୱିତୀୟ ପାଳି ବନ୍ୟା ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ଉପକୂଳ ଓଡ଼ିଶାକୁ ରେଡ୍‌ ଆଲର୍ଟ କରାଯାଇଛି । ପଶ୍ଚିମ ଓଡ଼ିଶାକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି । ବୁଧବାର ବନ୍ୟାଜଳ କମିଯାଇଛି ସତ; ମାତ୍ର ସବୁ ବିପନ୍ନଙ୍କ ନିକଟରେ ପ୍ରଶାସନ ପହଂଚି ପାରିନି । ଗୁରୁବାର ବର୍ଷା ହେଲେ, ବିପନ୍ନଙ୍କ ଦୁଃଖ ଆହୁରି ବଳିଯିବ । ନଦୀନାଳ ଫୁଲିବା ସାଙ୍ଗକୁ ଗୋରୁଗାଈ, ପିଲାଛୁଆଙ୍କ ମୁହଁରେ ଦୁଇମୁଠା ଦେବାର ବାଟ ବନ୍ଦ ହୋଇଯିବ । ପ୍ରଶାସନ ଆଗୁଆ ତାଗିଦ କଲେ କ’ଣ ହେବ? ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳୀରେ ସବୁ ବିପନ୍ନଙ୍କ ପାଇଁ ବ୍ୟବସ୍ଥା କରିବା ଦରକାର ।

ପ୍ରଶାସନ ପକ୍ଷରୁ ଯେତେ ତାଗିଦ କରାଗଲେ ମଧ୍ୟ ଲୋକଙ୍କ ଦୁର୍ଦ୍ଦଶାକୁ କେହି ଲାଘବ କରିପାରିବେନି । ରାଜ୍ୟ ଶାସନର ଅଧୋଗତିକୁ ଦେଖି ସ୍ୱୟଂ ଜଗନ୍ନାଥ କହିଲେଣି, ‘ତାଙ୍କ (ନବୀନବାବୁ) ଇଛା ନହେଲେ ଗଛର ପତ୍ର ହଲୁନି । ଏପରିକି ଆମେ ତାଙ୍କ ହାତଟେକାକୁ ଅନାଇ ରହିଛୁ । ରାଜ୍ୟବାସୀଙ୍କ ଭାଗ୍ୟ ଏବେ ନବୀନବାବୁଙ୍କ ହାତରେ । ସେ ଚାହିଁଲେ ବନ୍ୟାର ଗତି ବଦଳାଇ ପାରିବେ । ଆମ କଥା ଇନ୍ଦ୍ର ମହାରାଜ ଶୁଣୁନାହାନ୍ତି । ନବୀନବାବୁଙ୍କ ପାଂଚ ଟାଉଟର ମୁଖିଆଙ୍କ ହାତରେ ଯେତିକି କ୍ଷମତା । ମୋ ସୁଦର୍ଶନ ତାଙ୍କ ନିକଟରେ ଫିକା ପଡ଼ିଯିବ ।’