ଭାରତ ୧୦ ୱିକେଟରେ ବିଜୟୀ

୩୬ ବର୍ଷୀୟ ଶିଖର ଧାଓ୍ୱନ ଦିନିକିଆରେ ନିଜର ଫର୍ମ ଜାରି ରଖିଛନ୍ତି…..

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆ ଜିମ୍ବାଓ୍ୱେ ବିପକ୍ଷ ସିରିଜର ପ୍ରଥମ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି । ଭାରତ ଘରୋଇ ଟିମକୁ ୧୦ ଓ୍ୱିକେଟରେ ପରାସ୍ତ କରିଛି । କେଏଲ ରାହୁଙ୍କ ଅଧିନାୟକତ୍ୱରେ ଦଳର ବୋଲର ଶାଣିତ ବୋଲିଂ କରିଥିଲେ । ଦୀପକ ଚହରଙ୍କ ବୋଲିଂ ଜିମ୍ବାଓ୍ୱେ ବ୍ୟାଟିଂ ଲାଇନକୁ ଧ୍ୱଂସ୍ତ କରିଦେଇଥିଲା । ତେବେ ଶୁଭମନ ଗିଲ୍ ଓ ଶିଖର ଧାଓ୍ୱନଙ୍କ ଯୋଡି ପ୍ରଥମ ଓ୍ୱିକେଟରେ ୧୯୨ ରନ୍ କରି ଦଳକୁ ବିଜୟ ଦେଇଥିଲେ । ୩୬ ବର୍ଷୀୟ ଶିଖର ଧାଓ୍ୱନ ଦିନିକିଆରେ ନିଜର ଫର୍ମ ଜାରି ରଖିଛନ୍ତି । ସେ ଯୁବ ଓପନର ଶୁଭମନ ଗିଲଙ୍କ ସହ ପ୍ରଥମ ଓ୍ୱିକେଟରେ ଜିମ୍ବାଓ୍ୱେ ବୋଲରଙ୍କୁ ଖୁବ୍ ପ୍ରହାର କରିଥିଲେ । ଧାଓ୍ୱନ ୧୧୩ ବଲରୁ ୯ ଚଉକା ସହ ୮୧ ରନ୍ କରିଥିଲେ । ସେହିପରି ଗିଲ୍ ୭୨ ବଲରୁ ୧୦ ଚଉକା ଓ ଗୋଟିଏ ଛକା ସହ ୮୨ ରନ୍ କରି ଅପରାଜେୟ ରହିଥିଲେ । ଫଳରେ ଭାରତ ୩୦.୫ ଓଭରରେ ଲକ୍ଷ୍ୟ ହାସଲ କରି ନେଇଥିଲେ ।