ଆଜି ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ନେବେ ସୌମେନ୍ଦ୍ର ପ୍ରିୟଦର୍ଶୀ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ଆଜି ଅପରାହ୍ନରେ ଦାୟିତ୍ୱ ନେବେ ସୌମେନ୍ଦ୍ର ପ୍ରିୟଦର୍ଶୀ । ଟ୍ୱିନ୍‌ ସିଟିର ନୂତନ ପୋଲିସ କମିଶନର ଭାବେ ଦାୟିତ୍ୱ ନେବେ ସୌମେନ୍ଦ୍ର ପ୍ରିୟଦର୍ଶୀ । ତେବେ ଦାୟିତ୍ୱ ଗ୍ରହଣ ପରେ ପ୍ରଥମେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି କମିଶନର ଭାବେ ଦାୟିତ୍ୱ ଗ୍ରହଣ ପୂର୍ବରୁ କଟକ ଓ ଭୁବନେଶ୍ବର ଟୁଇନ୍‌ ସିଟିରେ ପୋଲିସ ପ୍ରତି ଲୋକଙ୍କ ବିଶ୍ୱାସ , ଏବଂ ପୋଲିସ ଓ ପବ୍ଲିକ ମଧ୍ୟରେ କେମିତି ସୁସମ୍ପର୍କ ସ୍ଥାପନ ହୋଇପାରିବ ତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।

ସେପଟେ ସୌମେନ୍ଦ୍ର ପ୍ରିୟଦର୍ଶୀ ନୂଆ ପୁଲିସ କମିଶନର ଭାବେ ନିଯୁକ୍ତ ହେବା ପରେ ପଦ ଛାଡ଼ିଛନ୍ତି ସିପି ସୁଧାଂଶୁ ଷଡ଼ଙ୍ଗୀ। ପୁଲିସ କମିଶନର ପଦରେ ରହି ସେବା କରିବାର ସୁଯୋଗ ମିଳିଥିବାରୁ ସେ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଏଥିସହ କୋଭିଡ୍ ସମୟରେ ଚ୍ୟାଲେଞ୍ଜପୂର୍ଣ୍ଣ ସମୟକୁ ମନେ ପକାଇ ତାହା ତାଙ୍କୁ ସନ୍ତୁଷ୍ଟି ଦେଇଥିବା ଉଲ୍ଲେଖ କରିଛନ୍ତି ସୁଧାଂଶୁ ଷଡ଼ଙ୍ଗୀ।