କଟକ,(ଏସ୍ ନ୍ୟୁଜ୍): ବାଦାମବାଡିରେ ଥିବା କେଏଏଫସି ରେଷ୍ଟୁରାଣ୍ଟରେ ଚଢାଉ କରିଛି ସିଏମସିର ସ୍ୱାସ୍ଥ୍ୟ ବିଭାଗ । କେଏଫସିରେ ନିମ୍ନମାନର ଖାଦ୍ୟ ପ୍ରସ୍ତୁତ କରିବା ସହ ଏକ୍ସପାରୀ ଖାଦ୍ୟ ରଖୁଥିବାର ଅଭିଯୋଗ ଆସିଥିଲା । କେଏଫସିରେ ଚଢାଉ କରି ବାସି ବ୍ରେଡ ଓ ବାସି ଚିକେନ ଜବତ କରି ଏହାକୁ ନଷ୍ଟ କରାଯାଇଛି । ଜବତ ଖାଦ୍ୟର ପରୀକ୍ଷା ପାଇଁ ଲାବୋଟୋରୀକୁ ପଠାଯିବ । ସେଠାରୁ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି । କେଏଫସି ହେଉଛି ଏକ ଇଣ୍ଟରନ୍ୟାସନାଲ ବ୍ରାଣ୍ଡ । ବହୁଦିନରୁ କେଏଫସି ରେଷ୍ଟୁରାଣ୍ଟରେ ଖରାପ ଖାଦ୍ୟ ଦେଉଥିବା ନେଇ ଲୋକେ ବିଭିନ୍ନ ଅଭିଯୋଗ କରୁଥିଲେ । ଏନେଇ ଦୋକାନ ମାଲିକଙ୍କୁ ମଧ୍ୟ ଅଭିଯୋଗ କରିଥିଲେ । ତେବେ ଏଥିରେ କୌଣସି ସୁଧାର ନଆସିବା ପରେ ଫୁଡ୍ ସେଫ୍ଟି ଡିପାର୍ଟମେଣ୍ଟରେ ଅଭିଯୋଗ ହୋଇଥିଲା । ଯାହା ରେଡ୍ କରି କେଏଫସିକୁ ନୋଟିସ କରିଛି ସିଏମସି । ତେବେ ଖରାପ ଖାଦ୍ୟ ଗ୍ରାହକଙ୍କୁ ଦିଆଯାଉନଥିବା କେଏଫସି ପକ୍ଷରୁ କୁହାଯାଇଛି ।