ଅଧିନାୟକ ପଦ ସମ୍ଭାଳିପାରନ୍ତି ଲୋକଶ ରାହୁଲ!

ନୂଆଦିଲ୍ଲୀ : ଚଳିତ ଟି-୨୦ ବିଶ୍ୱକପ ପରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ ଖେଳାଯିବ । ବିଶ୍ୱକପ ପରେ ବିରାଟ କୋହଲି ଅଧିନାୟକ ପଦ ଛାଡିବା ନେଇ ଘୋଷଣା କରିସାରିଛନ୍ତି । ତେବେ ନ୍ୟୁଜିଲାଣ୍ଡ ସିରିଜରେ କିଏ ସମ୍ଭାଳିବ ଭାରତୀୟ ଟିମର ଅଧିନାୟକ ଭାର । ପ୍ରକାଶିତ ଖବର ଅନୁଯାୟୀ କିଛି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେବାକୁ ବିସିସିଆଇ ଯୋଜନା କରୁଥିବା ଜଣାପଡିଛି । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ଲାଗି ଦଳର ରୋହିତ ଶର୍ମା, ଜଶପ୍ରୀତ ବୁମରାହ ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇପାରେ । ଏହା ହେଲେ ଲୋକେଶ ରାହୁଲଙ୍କୁ ଏହି ସିରିଜରେ ଅଧିନାୟକ ଦାୟିତ୍ୱ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏହି ଅଧିନାୟକ ଦୌଡରେ ରିଷଭ ପନ୍ତ ମଧ୍ୟ ରହିଛନ୍ତି । ଏହି ଦୁଇ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ଏହି ଦାୟିତ୍ୱ ମିଳିପାରେ । କିଛି ମାସ ହେଲା ଭାରତୀୟ ଦଳର ଖେଳାଳିଙ୍କୁ ବିଶ୍ରାମ ମିଳିନାହିଁ । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୧୭ରୁ ୨୧ ଯାଏଁ ୩ଟି ଯି-୨୦ ସିରିଜ ଖେଳାଯିବ । ଏହା ପରେ ଉଭୟ ଦଳ ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚ ଖେଳାଯିବ ।