କାବୁଲ ବିସ୍ଫୋରଣରେ ୧୯ ମୃତ୍ୟୁ

ନୂଆଦିଲ୍ଲୀ : ଆଫଗାନିସ୍ତାନର ରାଜଧାନୀ କାବୁଲରେ ଦୁଇଟି ବିସ୍ଫୋରଣ ହୋଇଛି । ଏକ ମିଲିଟାରୀ ହସ୍ପିଟାଲରେ ସରଦାର ମହମ୍ମଦ ଦାଉଦ ଖାନ ହସ୍ପିଟାଲରେ ଜୋରଦାର ବିସ୍ଫୋରଣ ଓ ଗୁଳି ବିନିମୟ ହୋଇଛି । ପ୍ରକାଶ ଯେ, ଏହା ଏକ ଆତ୍ମଘାତୀ ହମଲା । ଉପସ୍ଥିତ ପ୍ରତ୍ୟେକ୍ଷଦର୍ଶୀଙ୍କ ଅନୁଯାୟୀ, ବିସ୍ଫୋରଣ ସ୍ଥଳରେ ଗୁଳି ଆବାଜ ବହୁତ ସମୟ ଯାଏଁ ଶୁଣିବାକୁ ମିଳିଥିଲା । ଏହି ବିସ୍ଫୋରଣରେ ୧୯ ଜଣଙ୍କ ମୃତ୍ୟୁ ହେବା ସହ ୪୩ ଜଣ ଆହତ ହୋଇଛନ୍ତି । ଇସ୍ଲାମିକ ଅମିରାତର ଡେପୁଟି ପ୍ରବକ୍ତା କହିଛନ୍ତି ଯେ ପ୍ରଥମ ବିସ୍ଫୋରଣ ସରଦାର ମହମ୍ମଦ ଦାଉଦ ଖାନ ହସ୍ପିଟାଲ ସାମ୍ନାରେ ଓ ଦ୍ୱିତୀୟ ବିସ୍ଫୋରଣ ହସ୍ପିଟାଲ ନିକଟରେ ହୋଇଛି । ତାଲିବାନ ପକ୍ଷରୁ କାବୁଲରେ ହୋଇଥିବା ବିସ୍ଫୋରଣକୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଆଫଗାନିସ୍ତାନରେ ତାଲିବାନ କବଜା କରିବା ପରେ ଲଗାତାର ବିସ୍ଫୋରଣ ହେଉଥିବା ଜଣାପଡିଛି ।