ଏସଟିଏଫ କବଜାରେ ବାଘଛାଲ ବ୍ୟବସାୟୀ : ୨ ଗିରଫ

ବାରିପଦା,(ଏସ୍‌ ନ୍ୟୁଜ୍‌) : ପୁଣି ଏସଟିଏଫ କବଜାରେ ବାଘଛାଲ ବ୍ୟବସାୟୀ । ବେଧଡକ ଶିକାର କରି ବେପାର କରୁଛନ୍ତି ଶିକାରୀ । ବାରିପଦା ରାଇରଙ୍ଗପୁର ଫରେଷ୍ଟ ଡିଭିଜନ ଅଞ୍ଚଳରେ ବାଘଛାଲ ଡିଲ୍‌ ଚାଲିଥିବାବେଳେ ଏସଟିଏଫ ଖବର ପାଇ ଅଚାନକ ଚଢଉ କରିଥିଲା । ଏହି ଚଢଉବେଳେ ଏସଟିଏଫ ୨ଜଣ ବ୍ୟବସାୟୀଙ୍କୁ ଗିରଫ କରିଥିଲା । ଗିରଫ ୨ ଅଭିଯୁକ୍ତ ହେଲେ ଚନ୍ଦ୍ରକାନ୍ତ କୁରୁଜୀ, ଅଜିତ ଗିରି । ସେମାନଙ୍କଠାରୁ ଏକ କଲରାପତରିଆ ବାଘ ଛାଲ ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଥିବା ଜଣାପଡିଛି ।