ଭାରତକୁ ମିଳିବ ଅତ୍ୟାଧୁନିକ ଏସ-୫୦୦!

ମସ୍କୋ: ଭାରତ ଓ ଚୀନକୁ ଅତ୍ୟାଧୁନିକ ଏସ-୫୦୦ ମିସାଇଲ ଡିଫେନ୍ସ ସିଷ୍ଟମ୍‌ ଯୋଗାଇବା ନେଇ ରୁଷିଆ ଚିନ୍ତା କରୁଥିବା ଜଣାପଡିଛି । ଏ ନେଇ ଏଫଏସଏମଟିସିର ନିର୍ଦ୍ଦେଶକ ଡିମିଟ୍ରି ସୁଗେଭ ସୂଚନା ଦେଇଛନ୍ତି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ ଯେ, ରୁଷିଆ ମିଲିଟାରୀ ଖୁବଶୀଘ୍ର ଏସ-୫୦୦ର ଅତ୍ୟାଧୁନିକ ମିସିାଇଲ ଡିଫେନ୍ସ ସିଷ୍ଟମ ପ୍ରଥମ ବ୍ୟାଚ ମିଳିବ । ଏକ ସାକ୍ଷାତକାର ଦେଇ ସୁଗେଭ କହିଛନ୍ତି ଯେ, ତାଙ୍କ ଦେଶ ନିଜ ସେନାବାହିନୀର ଆବଶ୍ୟକତା ପରେ ପୁରୁଣା ଓ ଭରସାଯୋଗ୍ୟ ମିତ୍ର ରାଷ୍ଟ୍ର ଭାରତ ଓ ଚୀନକୁ ଏସ-୫୦୦ ଯୋଗାଇବ ନେଇ ବିଚାର କରାଯିବ । ଏସ-୫୦୦ ଏକ ଅତ୍ୟାଧୁନିକ ମିସାଇଲ ପ୍ରତିରକ୍ଷା ପ୍ରଣାଳୀ ଯାହା ୬୦୦ କିମି ଦୂରରୁ ଶତ୍ରର ବାଲିଷ୍ଟିକ ମିସାଇଲ, ହାଇପରସୋନିକ କ୍ରୁଜ ମିସାଇଲ ଓ ବିମାନକୁ ଧ୍ୱଂସ କରିବାକୁ ସକ୍ଷମ ରଖିଛି ।