କୋହଲିଙ୍କ ୯ମାସର ଝିଅକୁ ଧମକ

ନୂଆଦିଲ୍ଲୀ: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ୯ ମାସର ଝିଅକୁ ଧମକ ମିଳିଛି । ଏହି ଧମକ ସୋସିଆଲ ମିଡିଆ ଟ୍ୱିଟରରେ ଧମକ ଦିଆଯାଇଛି । ଏନେଇ ଦିଲ୍ଲୀ ମହିଳା କମିଶନ ପୁଲିସକୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପାକିସ୍ତାନ୍‌ଠାରୁ ପରାଜିତ ହେବା ପରେ ଟ୍ୱିଟରରେ ଏକ ବିବାଦୀୟ ପୋଷ୍ଟ କରି ବିରାଟ କୋହଲିଙ୍କ ଝିଅକୁ ଧମକ ଦେଇଛି । ଦିଲ୍ଲୀ ମହିଳା କମିଶନର ଏହି ଘଟଣାକୁ ନିନ୍ଦା କରିବା ସହ ଜଣେ ୯ ମାସ ଝିଅକୁ ଧମକ ଦେବା ଅତ୍ୟନ୍ତ ଲଜ୍ଜା ବୋଲି କହିଛନ୍ତି । ଏହି ଘଟଣାର ତଦନ୍ତ ପାଇଁ ସେ ଦିଲ୍ଲୀ ପୁଲିସକୁ ଟ୍ୱିଟ୍‌ କରି ଜଣାଇଛନ୍ତି । ତେବେ ଗୋଟିଏ ପରାଜୟ ପାଇଁ ଏତେ ପାଗଳାମି କଣ ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି । ସୂଚନା ଅନୁଯାୟୀ ଚଳିତ ଟି-୨୦ ବିଶ୍ୱକପରେ ଭାରତ ପାକିସ୍ତାନଠାରୁ ସହଜ ପରାସ୍ତ ହୋଇଥିଲା । ସେବେଠାରୁ ଭାରତୀୟ ଦଳ ବିଭିନ୍ନ ସମାଲୋଚନାର ଶିକାର ହେଉଛି ।