ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ସଫଳତା

ଜାତୀୟସ୍ତରରେ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ….

ଭୁବନେଶ୍ୱର: ଜାତୀୟସ୍ତରରେ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ। କେନ୍ଦ୍ର ସରକାରଙ୍କ ପଂଚାୟତିରାଜ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଜାତୀୟସ୍ତରୀୟ ମଡେଲ ଯୁବ ଗ୍ରାମସଭା ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲାସ୍ଥିତ ହିର୍ଲି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ପଂଚାୟତିରାଜ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାରେ ସାରା ଦେଶର ପ୍ରାୟ ୨୦୦ଟି ଋଗଜଝ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଗଣଏଝ ଜାତୀୟ ପୁରସ୍କାର ସମାରୋହ ୨୮ ଜାନୁଆରୀ ୨୦୨୬ ରେ ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ ଠାରେ ଆୟୋଜିତ ହୋଇଥିଲା। ଋଗଜଝ, ହିର୍ଲିର ଛାତ୍ରଛାତ୍ରୀ, ଅଧ୍ୟକ୍ଷ ଏବଂ ଗାଇଡ୍‌ ଶିକ୍ଷକଙ୍କୁ ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସମ୍ମାନିତ କରାଯାଇଛି।

ଏଥିସହ ପୁରସ୍କାର ବାବଦକୁ ଏକ ସ୍ମାରକୀ ସହିତ ୭୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯାଇଛି। ଏହି ସଫଳତା ଓଡ଼ିଶାର ସମସ୍ତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ଓଡ଼ିଶା ମଡେଲ ଆଦିବାସୀ ଶିକ୍ଷା ସମାଜ (ଙଗଞଋଝ) ଏବଂ ସମଗ୍ର ଓଡ଼ିଶା ରାଜ୍ୟ ପାଇଁ ପ୍ରେରଣାର ଉତ୍ସ ରହିବ। ଛାତ୍ରଛାତ୍ରୀମାନେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଶ୍ରୀ ବା. ପରମେଶ୍ୱରନ, ଙଗଞଋଝ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ମୀନା ଏବଂ ନୋଡାଲ ଅଧିକାରୀ ସୁଶ୍ରୀ ପ୍ରଣତି ପାତ୍ରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।