ସାମୟିକ ଭାବେ ବନ୍ଦ ହେଲା ସନ୍ ହସ୍ପିଟାଲ

କଟକ,(ଏସ୍ ନ୍ୟୁଜ‌): ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କଟକର ଘରୋଇ ସନ୍ ହସ୍ପିଟାଲ ସାମୟିକ ଭାବେ ବନ୍ଦ ହୋଇଛି। ଅଗ୍ନିକାଣ୍ଡ ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସୋ’ କଜ୍ ନୋଟିସ୍ ହୋଇଥିଲା । ସନ୍ତୋଷଜନକ ଉତ୍ତର ନମିଳିବାରୁ ହସ୍ପିଟାଲକୁ ସାମୟିକ ଭାବେ ବନ୍ଦ କରିଛି ପ୍ରଶାସନ । ଏ ନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସନ୍ତୋଷଜନକ ଉତ୍ତର ନମିଳିବା ଯାଏଁ ହସ୍ପିିଟାଲ ବନ୍ଦ ରହିବ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସନରେ ଟ୍ରିଟମେଣ୍ଟ ଓ ଟେଷ୍ଟିଂ ବନ୍ଦ ରହିବ ।’