ଟ୍ରକ୍ ପଛରେ ପିଟିଲା ହାଇୱା, ଡ୍ରାଇଭର ମୃତ

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ବାଇବାଇ ଗାଁ ନିକଟ ରାଜ୍ୟ ରାଜପଥ ୧୦ରେ ଆଜି ସକାଳ ପ୍ରାୟ ସାତଟାରେ ଏକ ୭୦୯ ଟ୍ରକ୍ ପଛରେ ହାଇୱା ଟ୍ରକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ହାଇୱା ଟ୍ରକ୍ ର ଡ଼୍ରାଇଭରଙ୍କ ମୃତ୍ୟୁ ହୋଇଛି। ମୃତକ ଡ୍ରାଇଭର ଝାଡ଼ଖଣ୍ଡ ରାଜ୍ୟ ପାଲମୁ ଜିଲ୍ଲା କ୍ଷେତ୍ରପୁର ଗ୍ରାମର ୨୩ ବର୍ଷୀୟ ଛୋଟୁ କୁମାର ଯାଦବ ବୋଲି ଜଣାପଡିଛି।