ରାଜ୍ୟରେ କଲବଲ କରୁଛି ତାତି

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ରାଜ୍ୟରେ ଅସମ୍ଭାଳ ତାତି ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି । ପଶ୍ଚିମ ଓଡ଼ିଶାରେ ଲଗାତାର ୩ ଦିନ ହେବ ତାତି ଯାହା ଫଳରେ ସ୍ଥାନୀୟ ଲୋକେ ହନ୍ତସନ୍ତ ହେଉଥିବା ଦେଖାଯାଇଛି । ତେବେ ଆହୁରି 2ଦିନ ଏପରି ଛଟପଟ ହେବ ଓଡ଼ିଶା । ଦୁଇ ଦିନ ପାଇଁଁ ରାଜ୍ୟକୁ ହିଟଓ୍ବେଭ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ସୋନପୁରକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । କିଛି କିଛି ସ୍ଥାନରେ ପ୍ରବଳ ଗରମ ଯୋଗୁଁ ଅସ୍ବାଭାବିକ ସ୍ଥିତି ଉପୁଜିପାରେ ବୋଲି ମଧ୍ୟ କୁହାଯାଇଛି ।