ରାଜ୍ୟରେ ଖୋଲିବ ମନ୍ଦିର !

ଭୁବନେଶ୍ବର (ଏସ୍ ନ୍ଯୁଜ) : କରୋନା ସମୟରେ ରାଜ୍ୟରେ ଖୋଲିବ ମନ୍ଦିର ।ମହାମାରୀ ପାଇଁ ମାସ ମାସ ଧରି ରାଜ୍ୟର ମନ୍ଦିରଗୁଡ଼ିକ ବନ୍ଦ ରହିଥିବା ବେଳେ ମନ୍ଦିର ଖୋଲିବା ନେଇ ସଂକେତ ଦେଇଛନ୍ତି ରାଜ୍ୟ ସରକାର।

କରୋନା ସମୟରେ କିପରି କୋଭିଡ ନିୟମ ମାନି ମନ୍ଦିର ଖୋଲା ଯାଇପାରିବ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଓ ଦେବୋତ୍ତର ବିଭାଗ ଅଧୀନରେ ଥିବା ଅନ୍ୟ ମନ୍ଦିରକୁ ରାଜ୍ୟ ସରକାର ସେ ବିଷୟରେ ଜଣାଇବାକୁ ଚିଠିରେ କହିଛନ୍ତି। ମନ୍ଦିର ପ୍ରଶାସନକୁ ସରକାରଙ୍କ ପକ୍ଷରୁ ଚିଠି ଜାରି‌ ହୋଇଥିବା ମୁଖ୍ୟ ଶାସନ ସଚିବ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ସେବାୟତଙ୍କ ସହ କଥା ହୋଇ ଆସନ୍ତା ୧୦ ଦିନ ମଧ୍ୟରେ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କିପରି କୋଭିଡ ନିୟମ ମାନି ମନ୍ଦିର ଖୋଲା ଯାଇପାରିବ ରିପୋର୍ଟ ଦାଖଲ କରିବ‌ାକୁ କୁହାଯାଇଛି।

https://twitter.com/SecyChief/status/1314070191580483584?s=20

ଦେବୋତ୍ତର କମିଶନର ଚିତ୍ତରଞ୍ଜନ ମହାପାତ୍ର ମନ୍ଦିର ଖୋଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି କି ‘କୋଭିଡ୍ କଟକଣା ଭିତରେ ମନ୍ଦିର ଖୋଲାଯାଇ ପାରିବ। ସରକାର ଯେଉଁ ଗାଇଡଲାଇନ କରିବେ ଆମେ କାର୍ଯ୍ୟକାରୀ କରିବୁ । ଜିଲ୍ଲାପାଳମାନେ ରିପୋର୍ଟ ଦେଲା ପରେ ବିଚାର କରାଯିବ । ତେବେ ତାଙ୍କ ଅଧୀନରେ ୧୮ହଜାର ମନ୍ଦିର ରହିଛି ବୋଲି ସେ କହିଛନ୍ତି ।’

ଉଲ୍ଲେଖଯୋଗ୍ୟ, କରୋନା ମହାମାରୀ ପାଇଁ ବନ୍ଦ ପଡିଥିବା ମନ୍ଦିରକୁ ଖୋଲିବା ଲାଗି ବିଭିନ୍ନ ମଠ ମନ୍ଦିରରେ ସେବାୟତମାନେ ଅଭିନବ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମନ୍ଦିର ସମ୍ମୁଖରେ ସେବାୟତମାନେ ଘଣ୍ଟ ପିଟି ଓ ଘଣ୍ଟି ବଜାଇ ଦାବି ଜଣାଇଥିଲେ। ସେବାୟତମାନଙ୍କ ସହ ବହୁ ସ୍ଥାନୀୟ ଲୋକେ ମଧ୍ୟ ଏଭଳି ବିକ୍ଷୋଭରେ ସାମିଲ୍ ହୋଇ ଘଣ୍ଟ ପିଟି ସରକାରଙ୍କ ଉପରେ ଚାପ ସୃଷ୍ଟି କରଥିଲେ।କାରଣ ମନ୍ଦିର ସବୁ ବନ୍ଦ ରହିବା ଫଳରେ ପୂଜକ, ମାଳି, ପଣ୍ଡା ଓ ଅନ୍ୟାନ୍ୟ ସେବାୟତମାନଙ୍କ ପରିବାର ଘୋର ଆର୍ଥିକ ସଂକଟରେ ପଡ଼ିଛନ୍ତି। ମାତ୍ର ସରକାରୀ ସ୍ତରରେ ସେମାନଙ୍କୁ କୌଣସି ସହାୟତା ଦିଆଯାଉନାହିଁ।

ଅନ୍ଯପଟେ ଏବେ ସବୁ ବ୍ୟାବସାୟିକ ପ୍ରତିଷ୍ଠାନ ଖୋଲି ସାରିଥିବାରୁ ମନ୍ଦିର ଖୋଲିଲେ କିଛି ସମସ୍ୟା ନାହିଁ ହେବ ନନାହିଁ ବୋଲି କହିଛନ୍ତି ସେବାୟତ। ତେଣୁ କରୋନା କଟକଣା ଭିତରେ ମନ୍ଦିରକୁ ଭକ୍ତ ତଥା ଶ୍ରଦ୍ଧାଳୁମାନେ ଆସିବାରେ କିଛି ଅସୁବିଧା ନାହିଁ। ମାତ୍ର ସରକାର ଏ ଦିଗରେ ମେ ବିଚାରଶୀଳ ହେଉନାହାନ୍ତି ବୋଲି ଅଭିଯୋଗ ହୋଇଥିଲା ।