ଭାରତୀୟ ବାୟୁସେନା ଦିବସ, ପ୍ରଥମ ଥର ଦମ୍ ଦେଖାଇଲା ରାଫେଲ୍

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୮୮ତମ ବାୟୁସେନା ପ୍ରତିଷ୍ଠା ଦିବସ । ଏହି ଅବସରରେ ଗାଜିଆବାଦର ହିଣ୍ଡନ ଏୟାରବେସରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯେଉଁ କାର୍ଯ୍ୟକ୍ରମରେ ଆକର୍ଷଣର କେନ୍ଦ୍ର ଥିଲା ରାଫେଲ ଯୁଦ୍ଧ ବିମାନ, ଯାହା ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲା ​​। ଆଉ ଆକାଶ ମାର୍ଗରେ ପ୍ରଥମ ଥର ଦମ୍ ଦେଖାଇଲା ।

ଏହି ଅବସରରେ ବାୟୁସେନା ମୁଖ୍ୟ ଆର.କେ.ଏସ୍ ଭଦୋରିଆ ଦେଶକୁ ସମ୍ବୋଧିତ କରିଥିଲେ। ଦେଶକୁ ସମ୍ବୋଧିତ କରି ବାୟୁସେନା ମୁଖ୍ୟ ଆର.କେ.ଏସ୍ ଭଦୋରିଆ ଦେଶରେ ସୁରକ୍ଷାକୁ ନିଶ୍ଚିତ କରିଥିଲେ। ଆମେ ଭାରତର ସାର୍ବଭୌମତ୍ୱ ରକ୍ଷା କରିବାକୁ ପ୍ରସ୍ତୁତ ବୋଲି କହିଥିଲେ। ତାଙ୍କ କହିବା ମୁତାବକ, ଆମ ଅଞ୍ଚଳରେ ବିପଦ ବଢ଼ୁଛି। ପଡୋଶୀ ଦେଶ ମାଧ୍ୟମରେ ଆତଙ୍କବାଦୀଙ୍କ ପ୍ରବେଶ ଆଶଙ୍କା ବୃଦ୍ଧି ପାଉଥିବା ସହ ସାଇବର ସ୍ପେସ୍ କୁ ନେଇ ଆମେ ନୂଆ ଚ୍ୟାଲେଞ୍ଜର ସାମ୍ନା କରୁଛୁ। ତେଣୁ ସୀମା ଉପରେ ଏକ ତୀକ୍ଷ୍ଣ ନଜର ରଖି ବାୟୁସେନା ପ୍ରତ୍ୟେକ ଗତିବିଧି ପାଇଁ ନିଜକୁ ପ୍ରସ୍ତୁତ କରୁଛି।

ଏହି ପ୍ରସ୍ତୁତିକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ବାୟୁସେନା କ୍ରମାଗତ ଭାବରେ ନିଜ ସହ ନୂଆ ନୂଆ ବିମାନ ସାମିଲ କରୁଛି। ଆପାଚେ ଏବଂ ରାଫେଲ ଏହାର ଏକ ଉଦାହରଣ । ଏହାସହ ଅନେକ ପୁରୁଣା ବିମାନ ମଧ୍ୟ ନବୀକରଣ କରାଯାଉଛି ।ଯାହା ଆମର ଶକ୍ତିକୁ ବୃଦ୍ଧି କରାଇବ ।

ସୂଚନା ଥାଉକି, ୧୯୩୨ ଅକ୍ଟୋବର ‌ ୮ ତାରିଖରେ ଭାରତୀୟ ବାୟୁ ସେନା ପ୍ରତିଷ୍ଠିତ ହୋଇଥିଲା। ଏହା ମାତ୍ର ଗୋଟିଏ ସ୍କ୍ୱାର୍ଡ‌୍‌ନକୁ ନେଇ ‘ବ୍ରିଟିସ୍‌ ରୟାଲ୍‌ ଏୟାର‌୍‌ ଫୋର୍ସ‌୍‌’ର ଏକ ସାଧାରଣ ଶାଖା ଭାବେ ଆରମ୍ଭ ହୋଇଥିଲା। ପ୍ରଥମ ସ୍କ୍ୱାର୍ଡ‌୍‌ନ ନାମିତ ହୋଇଥିଲା- ‘ନମ୍ବର‌୍‌ ୱାନ୍‌ ସ୍କ୍ୱାର୍ଡ‌୍‌ନ’। ଏଥିରେ ଚାରିଟି ୱେଷ୍ଟ୍‌ଲ୍ୟାଣ୍ତ୍‌ ୱାପିଟି ବାଇପ୍ଲେନ୍‌ ସାମିଲ କରାଯାଇଥିଲା। ଫ୍ଲାଇଟ୍‌ ଲେଫ୍‌ଟନାଣ୍ଟ୍‌ ସେସିଲ୍‌ ବାଉଚର‌୍‌ଙ୍କ ନେତୃତ୍ୱରେ ଏଥିରେ ଯୋଗଦେଇଥିଲେ ପାଞ୍ଚ ଜଣ ଭାରତୀୟ ପାଇଲଟ୍‌। ୧୯୩୮ ପର୍ଯ୍ୟନ୍ତ ଏହା ଅପରିବର୍ତ୍ତିତ ଥିଲା। କର୍ମଚାରୀଙ୍କ ସ˚ଖ୍ୟା ବଢ଼ାଯାଇ ନ ଥିଲା। କେବଳ ଆଉ ଦୁଇଟି ବିମାନ ଯୋଗ କରାଯାଇଥିଲା।

ପରେ ୧୯୪୩ରେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ସ୍କ୍ୱାର୍ଡ‌୍‌ନ ସ˚ଖ୍ୟା ସାତକୁ ଏବ˚ ୧୯୪୫ରେ ୯କୁ ବଢ଼ାଯାଇଥିଲା। ଦ୍ୱିତୀୟ ବିଶ୍ୱ ଯୁଦ୍ଧ କାଳରେ ଏହାର ଉଲ୍ଲେଖନୀୟ ସଫଳତା ଦେଖି ତତ୍‌କାଳୀନ ବ୍ରିଟିଶ୍‌ ରାଜା ଷଷ୍ଠ ଜର୍ଜ‌୍‌ ଏହାକୁ ପୁନର୍ନାମିତ କରିଥିଲେ- ‘ରୟାଲ୍‌ ଇଣ୍ତିଆନ୍‌ ଏୟାର‌୍‌ ଫୋର୍ସ‌୍’। ୧୯୪୭ରେ ସ୍ୱାଧୀନତା ବେଳକୁ ଏହାର ଯେଉଁ ତିନିଟି ସ୍କ୍ୱାର୍ଡ‌୍‌ନ ପାକିସ୍ତାନରେ ରହିଯାଇଥିଲା, ତାହାକୁ ସେଠାରେ ରହିବା ପାଇଁ ଛାଡ଼ିଦିଆଯାଇଥିଲା। ୧୯୫୦ରେ ଭାରତ ଗଣତନ୍ତ୍ର ହେବା ପରେ ‘ରୟାଲ୍‌ ଇଣ୍ତିଆନ୍‌ ଏୟାର‌୍‌ ଫୋର୍ସ‌୍‌’ରୁ ‘ରୟାଲ୍‌’ ଶବ୍ଦଟି ବାଦ୍‌ଦିଆଯାଇଥିଲା।ବତ୍ତର୍ମାନ ଏହାର ଆକାର ବେଶ୍‌ ବଡ଼ ହୋଇଥିବା ବେଳେ ଏୟାର‌୍‌ ଫୋର୍ସ‌୍‌’ନାମରେ ନାମିତ । ୨୦୧୭ ସୁଦ୍ଧା କର୍ମଚାରୀ ସ˚ଖ୍ୟା ୧୩୯,୫୭୬ ଥିଲା ବେଳେ ବିମାନ ସଂଖ୍ୟା- ୧୭୪୮ରୁ ଅଧିକ ରହିଛି । ଆକାର ଏବ˚ କ୍ଷମତା ଦୃଷ୍ଟିରୁ ଏହା ବିଶ୍ୱରେ ଚତୁର୍ଥ ବୃହତ୍ତମ ବାୟୁସେନା ଭାବେ ପରିଚିତ ।