ରୋଡ ଶୋ ରେ ପାଣ୍ଡିଆନ୍: ନିର୍ବାଚନୀ ପ୍ରଚାର ୨୦୨୪

ଖୋର୍ଦ୍ଧା: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡ଼ି ର ପ୍ରଚାର ପାଇଁ ପାଣ୍ଡିଆନ୍ ଙ୍କୁ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀକୁ ପଠାଇଛନ୍ତି । ହଜାର ହଜାର କର୍ମୀ ଓ ବିଧାୟକ ପ୍ରାଥୀ ରାଜେନ୍ଦ୍ର ସାହୁଙ୍କ ସହିତ ମକୁନ୍ଦ ପ୍ରସାଦ ଠାରୁ ରୋଡ ଶୋ ରେ ବାହାରି ଖୋର୍ଦ୍ଧା ଟାଉନ ପରିକ୍ରମା କରି ନୂଆବସଷ୍ଟାଣ୍ଡ ରେ ପହଞ୍ଚିଥିଲେ ।

ବିଧାନସଭା ପ୍ରାର୍ଥୀ ଓ ଲୋକସଭା ପ୍ରାର୍ଥୀ ଙ୍କୁ ଶଙ୍ଖ ଚିହ୍ନ ରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ ବୋଲି କହିଥିଲେ । ନବୀନ ସରକାରଙ୍କ ର ବହୁମୁଖୀ ଯୋଜନା ବିଷୟରେ ଭୋଟର ମାନଙ୍କୁ ଅବଗତ କରିଥିଲେ।

ଲୋକ ସମାଗମ ଙ୍କୁ ଆଖିଆଗରେ ରଖି ପୋଲିସ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରଯାଇଥିଲା ।