ଖରାଦିନେ କେମିତି ନେବେ ତ୍ୱଚାର ଯତ୍ନ

ଖରାଦିନେ କେମିତି ନେବେ ତ୍ୱଚାର ଯତ୍ନ । ଆଜିକାଲି ସୁନ୍ଦର ଦେଖାଯିବା ପାଇଁ କିଏ ବା ନ ଚାହେଁ । ହେଲେ ଖରାଦିନ ଆସିଲେ ଗରମ ଓ ପ୍ରଦୂଷଣରୁ ଟ୍ୟାନ ହୋଇଥାଏ । ଯାହାଦ୍ୱାରା ପେସ ଡଲ ଦେଖାଯିବା ସହ ସାମାନ୍ୟ କଳା ମଧ୍ୟ ଦେଖାଯାଏ । ସୁନ୍ଦର ବା ଫ୍ରେସ ଦେଖାଯିବା ପାଇଁ ସମସ୍ତେ ଆଗ୍ରହୀ।

ଗ୍ଲୋ, ଫ୍ରେସ ବା ସୁନ୍ଦର ଦେଖା ଯିବା ଲାଗି ମାର୍କେଟରୁ ଅନେକ ଦାମି କେମିକାଲ ମିଶା କ୍ରିମ ବ୍ୟବହାର କରଥାନ୍ତି । କିନ୍ତୁ ଏହା ପରବର୍ତ୍ତୀ ମୁହୂର୍ତ୍ତରେ ଚର୍ମରେ ଅନେକ କ୍ଷତି ପହଞ୍ଚାଇଥାଏ । ଏବେ ଆମେ ଆପଣଙ୍କୁ କିଛି ଘରୋଇ ଉପାୟ କହିବୁ ଯାହାର କୌଣସି ସାଇଡ ଇଫେକ୍ଟ ନାହିଁ । ଏହା ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଚର୍ମ ସତେଜ ରହିବା ସହ ଚମକିବ ।

ଆମେ ପ୍ରତ୍ୟେକ ଦିନ ଖାଇବା ଦ୍ୱାରା ଆମ ଶରୀର ଅନେକ ଉନ୍ନତି ହୋଇଥାଏ । ସେହିପରି କିଛି ଖାଦ୍ୟ ଅଛି ଯାହା ଆମର ଚର୍ମକୁ ସୁନ୍ଦର ଏବଂ ସତେଜ ରଖିଥାଏ….
ଗାଜର- ଗାଜରରେ ପ୍ରଚୁର ପରିମାଣରେ ଭିଟାମିନ୍‌-ଏ ରହିଥାଏ । ଏହା ଚର୍ମ କୁଞ୍ଚନକୁ ଦୂର କରିବା ସହ ଅତିବାଇଗଣୀ ରଶ୍ମୀରୁ ମଧ୍ୟ ରକ୍ଷା କରିଥାଏ ।

Carrot
Carrot

ସୋୟାବିନ- ଏଥିରେ ଭରି ହୋଇ ରହିଥିବା ଆଇସୋଫ୍ଲୋଭୋନସ୍ ଶୁଖିଲା ଚର୍ମ ବା ଶୁଷ୍କ ହୋଇଥିବା ଚର୍ମକୁ ରକ୍ଷା କରିଥାଏ । ମହିଳାମାନଙ୍କ ପାଇଁ ଏହା ବିଶେଷ ଉପକାରୀ ହୋଇଥାଏ ।

ଡାର୍କ ଚକୋଲେଟ- ଡାର୍କ ଚକୋଲେଟରେ ପ୍ରଚୁରମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ଏହା ରକ୍ତ ପ୍ରଭାବକୁ ବଢାଇବା ସହ ଚର୍ମକୁ ହାଇଡ୍ରେଟିଂ ରଖିଥାଏ । ତେଣୁ ଆପଣ ସୁନ୍ଦର ସ୍କିନ୍ ପାଇଁ ୭୦ ପ୍ରତିଶତ ଡାର୍କ ଚକୋଲେଟ ଖାଆନ୍ତୁ ।
ଗ୍ରୀନ୍ ଟି – ଶରୀର ପାଇଁ ସର୍ବଦା ବରଦାନ ହୋଇଥାଏ ଗ୍ରୀନ ଟି । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଓ କ୍ୟାଟେଚିନ୍ ଚର୍ମକୁ ସୁରକ୍ଷା ଦେବା ସହ ସତେଜ ଓ ଗ୍ଲୋ କରିଥାଏ ।

ଅଖରୋଟ- ଏଥିରେ ପ୍ରଚୁର ପରିମାଣରେ ଭିଟାମିନ-ଇ, ଭିଟାମିନ-ସି ,ଜିଙ୍କ ଏବଂ ସେଲେନିୟମ ଥିବାରୁ ଚର୍ମକୁ ସୁରକ୍ଷା ଦେଇଥାଏ । ଏଥିରେ ଥିବା ଓମୋଗା ଏବଂ ଓମୋଗା ଫ୍ୟାଟି ଥିବାରୁ ଚର୍ମ ଆଲାର୍ଜି ଭଳି ସମସ୍ୟାରୁ ରକ୍ଷା କରିଥାଏ ।