କେଜ୍ରିୱାଲଙ୍କୁ ଜୁନ ୧ ଯାଏ ଜାମିନ

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରାୟ ୫୦ ଦିନ ପରେ ଆଜି ସନ୍ଧ୍ୟାରେ ତିହାର ଜେଲରୁ ବାହାରିଛନ୍ତି। ଅରବିନ୍ଦ କେଜ୍ରିୱାଲ ଜାମିନ ଶୁଣାଣିଦିଲ୍ଲୀର ଏକ୍ସାଇଜ୍ ପଲିସି ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଦ୍ୱାରା ତାଙ୍କ ବିରୋଧରେ ପଂଜିକୃତ ହୋଇଥିବା ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜୁନ୍ ୨ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ।

ଭୋଟ୍ ଗଣିବା ପର୍ଯ୍ୟନ୍ତ କେଜ୍ରିୱାଲ ତାଙ୍କୁ ଜାମିନ ପ୍ରଦାନ କରିବାକୁ ନିବେଦନ କରିଥିଲେ ମଧ୍ୟ ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରି ଜୁନ୍ ୨ ରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନା ଥାଉକି, ମାର୍ଚ୍ଚ ୨୧ ରେ କେଜ୍ରିୱାଲଙ୍କୁ ଇଡି ଦ୍ୱାରା ଗିରଫ କରାଯାଇଥିଲା। ମଦ ନୀତି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଶ୍ରୀ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ ରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା। ସେ ବର୍ତ୍ତମାନ ନ୍ୟାୟିକ ତତ୍ତ୍ୱାବଧାନରେ ତିହାର ଜେଲରେ ରହିଛନ୍ତି।

ମଙ୍ଗଳବାର ଦିନ ବେଞ୍ଚ କେଜ୍ରିୱାଲଙ୍କୁ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ ସମର୍ଥ ହେବା ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବାକୁ ସୂଚନା ଦେଇଛନ୍ତି। ଏଥିସହ ଏହା ମଧ୍ୟ କୁହାଯାଇଛି ଯେ ଯଦି ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଏ ତେବେ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ କୌଣସି ସରକାରୀ କାର୍ଯ୍ୟ ତୁଲାଇବାକୁ ଅନୁମତି ଦିଆଯିବ ନାହିଁ। ଚାଲିଥିବା ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିବା ପାଇଁ ଶ୍ରୀ କେଜ୍ରିୱାଲ ଜେଲରୁ ମୁକ୍ତି ମାଗିଥିଲେ।