ନିର୍ବାଚନ ସମୟରେ ଏଣ୍ଟ୍ରି ମାରିଛି ବଲାଙ୍ଗିର ରାଜ ପରିବାର କଳି

କଳିକେଶ ନାରାୟଣ ସିଂହଦେଓଙ୍କ ପାଇଁ କଣ୍ଟା ହେବେ କି ଅଦ୍ରିଜା ସିଂହଦେଓ । ପ୍ରଥମେ ଭିଡିଓ ସେୟାର କଲେ। ଏବେ ବଲାଙ୍ଗିର ଆସି ସର୍ବ ସମ୍ମୁଖରେ ରାଜ ପରିବାରର ଗୁମର ଖୋଲିଲେ ଅନଙ୍ଗ ଉଦୟ ସିଂହଦେଓଙ୍କ ସାନ ବୋହୂ ଅଦ୍ରିଜା ମଂଜରୀ ସିଂହଦେଓ। ଆଉ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ଦେଢ଼ଶୁର କଳିକେଶ ନାରାୟଣ ସିଂହଦେଓଙ୍କୁ ଭୋଟ୍‌ ନଦେବା ପାଇଁ ବଲାଙ୍ଗିରବାସୀଙ୍କୁ ଅପିଲ୍‌ କରିଛନ୍ତି। ଅଦ୍ରିଜା କହିଛନ୍ତି, ୨୦୧୯ ନିର୍ବାଚନରେ ବଲାଙ୍ଗିର ବିଧାନସଭା ନିର୍ବାଚନମଣ୍ଡଳୀରୁ ମୋ ସ୍ୱାମୀ ଅର୍କେଶ ନାରାୟଣ ସିଂହଦେଓ ବିଧାୟକ ପ୍ରାର୍ଥୀ ଓ ଦେଢ଼ଶୁର କଳିକେଶ ନାରାୟଣ ସିଂହଦେଓ ସାଂସଦ ପ୍ରାର୍ଥୀ ହୋଇଥିଲେ। ସେହି ସମୟରେ ପରିବାରର ବୋହୂ ହିସାବରେ ନିର୍ବାଚନରେ ପ୍ରଚାର କରିବା ପାଇଁ ବଲାଙ୍ଗିର ଆସିଥିଲି। କିନ୍ତୁ ନିର୍ବାଚନରେ ହାରିଯିବା ପରେ ପରିବାର ତରଫରୁ ଆରମ୍ଭ ହୋଇଥିଲା ଅକଥନୀୟ ଅତ୍ୟାଚାର।
ବାଇଟ- ଅଦ୍ରିଜା ମଞ୍ଜରୀ ସିଂହଦେଓ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି ଅଦ୍ରିଜା । ତାଙ୍କ ସହ ହୋଇଥିବା ଅତ୍ୟାଚାର ବିରୋଧରେ ଥାନାର ଦ୍ୱାରସ୍ଥ ହୋଇଥିଲେ ଅଦ୍ରିଜା । କିନ୍ତୁ ଦୁଃଖର ବିଷୟ ନାରୀ ସଶକ୍ତିକରଣ ଓ ନାରୀ ସୁରକ୍ଷାର ଡିଡିମ୍ୱ ପିଟୁଥିବା ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ ବିଭାଗ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ। ଏପରିକି ବଲାଙ୍ଗିର ସ୍ଥିତ ଶ୍ୱଶୁର ଘରକୁ ଆସିବା ପାଇଁ ମାଗିଥିବା ସୁରକ୍ଷା କର୍ମୀ ମଧ୍ୟ ଦେଇନଥିଲେ। ଓଲଟା ସେହି ପରିବାର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଓ ବିଜେଡି ଆଗାମୀ ନିର୍ବାଚନରେ ପ୍ରାର୍ଥୀ କରିଛି। ଏହି ପରିପ୍ରେକ୍ଷୀରେ ମୁଁ ବଲାଙ୍ଗିରର ମାଆ, ମାଉସୀ ଓ ଗୁରୁଜନଙ୍କୁ ଅନୁରୋଧ କରୁଛି, ଯେଉଁ ପରିବାର ନିଜ ବୋହୂଙ୍କୁ ଶାରୀରିକ, ମାନସିକ ତଥା ଯୌତୁକ ନିର୍ୟାତନା ଦେବା ଭଳି ଘୃଣିତ କାର୍ୟ୍ୟ କରୁଛନ୍ତି, ସେହି ପରିବାରରୁ ନିର୍ବାଚନ ଲଢ଼ୁଥିବା କଳିକେଶ ନାରାୟଣ ସିଂହଦେଓଙ୍କୁ ଭୋଟ୍‌ ଦିଅନ୍ତୁ ନାହିଁ।
ବାଇଟ- ଅଦ୍ରିଜା ମଞ୍ଜରୀ ସିଂହଦେଓ
ଅଦ୍ରିଜାଙ୍କ ଅଭିଯୋଗ ନେଇ ଜବାବ ରଖିଛନ୍ତି ସ୍ୱାମୀ ଅର୍କେଶ ନାରାୟଣ ସିଂହଦେଓ । ସେ କହିଛନ୍ତି, କଣ୍ଟାବାଞ୍ଜିରେ ନାମାଙ୍କନ ଦାଖଲ କରିବା ପରେ ବଲାଙ୍ଗିରରେ ଯାହା ନବୀନ ବାବୁଙ୍କ ହାୱା ଚାଲିଛି, ବର୍ତ୍ତମାନ କଂଗ୍ରେସର ପରିସ୍ଥିତି ଭଲନାହିଁ। କଂଗ୍ରେସ ହାରିବା ସୁନିଶ୍ଚିତ। ସେଇଟା ସେମାନେ ସହି ପାରୁନାହାନ୍ତି। ସେଥିପାଇଁ ସେମାନେ ଯାହା ପରେ ତାହା କହୁଛନ୍ତି ବୋଲି ଅର୍କେଶ କହିଛନ୍ତି।
ବାଇଟ- ଅର୍କେଶ ନାରାୟଣ ସିଂହଦେଓ
ବଲାଙ୍ଗିର ରାଜଘର ପାଇଁ କଣ୍ଟା ସାଜି ପାରନ୍ତି ସାନବୋହୂ ଅଦ୍ରିଜା ମଞ୍ଜରୀ ସିଂହଦେଓ । କମିପାରେ କଳିକେଶ ନାରାୟଣ ସିଂହଦେଓଙ୍କର ଭୋଟ ପ୍ରତିଶତ ।