ପୁରୀକୁ ଚଳାଚଳ କରିବ ବନ୍ଦେ ଭାରତ ଏକ୍ସପ୍ରେସ୍‌

ପୁରୀ,(ଏସ୍‌ ନ୍ୟୁଜ): ଜନ ଆଶୀର୍ବାଦ ଯାତ୍ରାର ପ୍ରଥମ ଦିନରେ ଆଜି ପୁରୀ ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ । ପୁରୀରେ ପହଞ୍ଚି ଦୁଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଏବଂ ଶ୍ରୀ ପ୍ରଧାନ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରୁ ପତିତପାବନଙ୍କ ଦର୍ଶନ କରିଛନ୍ତି । ତେବେ ଗସ୍ତ ସମୟରେ ପୁରୀବାସୀଙ୍କୁ ଖୁସିଖବର ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦେଶରେ ଚାଲିବାକୁ ଥିବା ୭୫ଟି ବନ୍ଦେ ଭାରତ ଟ୍ରେନ ମଧ୍ୟରୁ ପୁରୀକୁ ଗୋଟିଏ ବନ୍ଦେ ଭାରତ ଟ୍ରେନ ଚଳାଚଳ କରିବ ବୋଲି କହିଛନ୍ତି ଅଶ୍ୱିନୀ । ଏହାସହ ପୁରୀ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ଓ ଜଗନ୍ନାଥ ସଂସ୍କୃତି ସହ ଯୋଡି ହୋଇ ରହିଥିବାରୁ ରେଳପଥର ବିକାଶ ପାଇଁ ପୁରୀ-କୋଣାର୍କ ରେଳ ଲାଇନର ନିର୍ମାଣ କାର୍ଯ୍ୟ ପାଇଁ କେନ୍ଦ୍ର ପଦକ୍ଷେପ ନେବ ବୋଲି କହିଛନ୍ତି ଅଶ୍ୱିନୀ ।