ପୁରୀ : ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ । ନୟାଗଡର ଦଶପଲ୍ଲା ରେଞ୍ଜରୁ ଆସିଛି ରଥକାଠ । ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ପୂର୍ବରୁ ବଳକା ରହିଛି ୮୦ ଖଣ୍ଡ । ୮୬୫ ଖଣ୍ଡ କାଠରୁ ୭୮୫ ଅସନ, ଧଉରା ଏବଂ ଫାସୀ କାଠର ଆବଶ୍ୟକତା ରହିଛି । ତେବେ ନୟାଗଡ ଦଶପଲ୍ଲା ରେଞ୍ଜରୁ ଆଜି ଦୁଇଟି ଟ୍ରକରେ ପୁରୀରେ ଆସି ପହଞ୍ଚିଛି ୬୩ ଖଣ୍ଡ ଧଉରା ଓ ଅସନ କାଠ ।
ଶ୍ରୀପଞ୍ଚମୀ ଦିନ ବିଧି ଅନୁଯାୟୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଥ ନିର୍ମାଣ ପାଇଁ ତିନୋଟି ରଥକାଠ ପୂଜା କରାଯିବ । ପର୍ଯ୍ୟାୟ କ୍ରମେ ବାକି କାଠ ଆସି ପହଞ୍ଚିବ ବୋଲି ବରିଷ୍ଠ ରଥ ତତ୍ତ୍ୱାବଧାରକ କହିଛନ୍ତି ।