ଭାରତ-ୱେଷ୍ଟଇଣ୍ଡିଜ ସିରିଜ ପୂର୍ବରୁ ଏକାଧିକ ଭାରତୀୟ ଖେଳାଳି କୋଭିଡ ପଜିଟିଭ୍‌

ନୂଆଦିଲ୍ଲୀ : ଭାରତ-ୱେଷ୍ଟଇଣ୍ଡିଜ ସିରିଜ୍‌ ପୂର୍ବରୁ ଭାରତୀୟ ଦଳକୁ ବଡ ଝଟକା ଲାଗିଛି । ଭାରତୀୟ ଦଳର ଏକାଧିକ ଖେଳାଳି କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ଶିଖର ଧାୱନ, ଶ୍ରେୟସ ଆୟର, ଋତୁରାଜ ଗାଏକୱାଡ ସମେତ ଅନେକ ଖେଳାଳି ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଅନ୍ୟ ଖେଳାଳିଙ୍କ ନାମ ବର୍ତ୍ତମାନ ସୁଦ୍ଧା ଆସିନାହିଁ । ଅନ୍ୟପକ୍ଷରେ ସମସ୍ତ ଖେଳାଳିଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ।

ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ ଦଳ ଅହମ୍ମଦାବାଦରେ ପହଞ୍ôଚ ସାରିଛନ୍ତି । ଏଠାରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଖେଳାଯିବ । କିନ୍ତୁ ଏହି ସିରିଜ ପୂର୍ବରୁ ଭାରତୀୟ ଦଳରେ ଏକାଧିକ ଖେଳାଳି କୋଭିଡ ପଜିଟିଭ ହୋଇଥିବା ଜଣାପଡିଛି ।