ରେଳ ବଜେଟ : ଓଡ଼ିଶାକୁ ମିଳିଲା ବଡ ଅନୁଦାନ

ଭୁବନେଶ୍ୱର: ୨୦୨୨-୨୩ କେନ୍ଦ୍ର ରେଳ ବଜେଟରେ ଓଡ଼ିଶାକୁ ୫୮୦୨.୬୫ କୋଟି ଟଙ୍କାର ଅନୁଦାନ ମିଳିଛି । ୯ଟି ନୂଆ ରେଳ ଲାଇନ ପାଇଁ ୬୫୫ କୋଟି ଟଙ୍କା ମଞ୍ଜୁରୀ ମିଳିଛି । ରେଳ ବଜେଟରେ ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପ ପାଇଁ ସର୍ବାଧିକ ୮୯୧ କୋଟି ଟଙ୍କା ମିଳିଥିବା ଜଣାପଡ଼ିଛି ।

ସେହିପରି ଅନୁଗୁଳ-ସୁକିନ୍ଦା ରୁଟ୍‌ ପାଇଁ ୪୭୫ କୋଟି, ହରିଦାସପୁର-ପାରାଦୀପ ପାଇଁ ୮୫ କୋଟି, ତାଳଚେର-ବିମଳାଗଡ଼ ପାଇଁ ୨୫୦ କୋଟ, ଖୋର୍ଦ୍ଧାରୋଡ-ବଲାଙ୍ଗୀର ପ୍ରକଳ୍ପ ପାଇଁ ୮୯୧ କୋଟି, ଅନୁଗୁଳ-ସୁକିନ୍ଦାରୋଡ – ୪୭୫ କୋଟି, ଜୟପୁର-ମାଲକାନଗିରି ପାଇଁ ୧୩.୮ କୋଟି, ଜୟପୁର-ନବରଙ୍ଗପୁର ରୁଟ୍‌? ପାଇଁ ୮୧ କୋଟି, ନୂଆପଡ଼ା-ଗୁଣପୁର-ଥେରୁବାଲି ରୁଟ ପାଇଁ ୧୦ କୋଟି, ତାଳଚେର-ଅନୁଗୁଳ ରୁଟ ପାଇଁ ୧୮ କୋଟି, ସମ୍ବଲପୁର-ଫୁଲବାଣୀ-ଗୋପାଳପୁର ରେଳ ଲାଇନ ପାଇଁ ୧ କୋଟି, ଖୋର୍ଦ୍ଧା-ବାରଙ୍ଗ ରେଳ ଲାଇନ ପାଇଁ ୧୬୪ କୋଟି, ରଜତଗଡ଼- ବାରଙ୍ଗ ରେଳ ଲାଇନ ପାଇଁ ୧ କୋଟି ଓ ୨୧ଟି ରେଳ ପ୍ରକଳ୍ପର ଦୋହରୀକରଣ ପାଇଁ ୨୧୪୮ କୋଟି ଟଙ୍କା ମଞ୍ଜୁରୀ ମିଳିଛି ।