ପ୍ରତି ମାସ ୧୦ ତାରିଖରେ ତପସ୍ୱିନୀଙ୍କୁ ଭରଣପୋଷଣ ଅର୍ଥ ଦେବାକୁ ସୁମିତଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

କଟକ : ବ୍ରହ୍ମପୁର ବହୁ ଚର୍ଚ୍ଚିତ ତପସ୍ୱିନୀ ଦାଶ ଓ ଡାକ୍ତର ସୁମିତ ସାହୁ ମାମଲାରେ ତଳ କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ଓଡିଶା ହାଇକୋର୍ଟ । ମାମଲାର ଶୁଣାଣି କରି ତଳ କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ମାନ୍ୟବର ହାଇକୋର୍ଟ । ଏହାସହ ଫେବୃଆରୀ ୧୦ ତାରିଖ ପୂର୍ବରୁ ଭରଣପୋଷଣ ଖର୍ଚ୍ଚ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ମାସିକ ୧୭ ହଜାର ଟଙ୍କା ଦେବାକୁ ରାୟ ଦେଇଥିଲେ ଜିଲ୍ଲା କୋର୍ଟ ।

ଏହା ବିରୋଧରେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ସୁମିତ୍‌ । ମାମଲାର ବିଚାର କରି ତଳକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ । ତେବେ ଭରଣପୋଷଣ ବାବଦକୁ ତପସ୍ୱିନୀ କେତେ ଟଙ୍କା ନେବେ ସେ ବାବଦରେ ପରବର୍ତ୍ତୀ ଶୁଣାଣିରେ ଧାର୍ଯ୍ୟ ହେବ ବୋଲି ଆଶା କରାଯାଉଛି । ନିଜକୁ ବୋହୂ ବୋଲି ଦାବି କରି ଡିମ୍ପଲ ଦାଶ ଓରଫ ତପସ୍ୱିନୀ ବ୍ରହ୍ମପୁର ଦ୍ୱିତୀୟ ଲେନ୍‌ରେ ଥିବା ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଥିଲେ । ଆସନ୍ତା ୧୫ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ ।