ଭୁବନେଶ୍ୱର,(ଏସ୍ ନ୍ୟୁଜ୍): କରୋନା କଟକଣା ପାଇଁ ଅନେକ ଦିନ ଧରି ବନ୍ଦ ଥିବା ସିନେମା ହଲ୍ ଆଜିଠୁ କଟକଣା ଭିତରେ ଚାଲିବ । ଭୁବନେଶ୍ୱରରେ ଆଜି ଠାରୁ ସମସ୍ତ ସିନେମା ହଲ ଖୋଲିଛି। ସବୁ ସିନେମା ହଲରେ କେବଳ ୫୦ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯାଇଛି। ତେବେ ଆଜି ରାଜଧାନୀର ପ୍ରେକ୍ଷାଳୟମାନଙ୍କରେ ବିଶେଷ ଭିଡ଼ ପରିଲକ୍ଷିତ ହୋଇନାହିଁ। ହଲ୍ ଖୋଲିବା ଆଗରୁ ଭଲ ଭାବେ ସାନିଟାଇଜେସନ୍ କରାଯାଇଥିବା ଜଣାଯାଇଛି।